ବିଜେବି କଲେଜ କ୍ୟାମ୍ପସରେ ଛାତ୍ର ଉତ୍ତେଜନା: ଆଲୋଚନା ପରେ ହଟିଲା ରାସ୍ତା ଅବରୋଧ

ପୁଣି ବିଜେବି କଲେଜ କ୍ୟାମ୍ପସରେ ଛାତ୍ର ଉତ୍ତେଜନା । ଜଣେ ପୂର୍ବତନ ଛାତ୍ରକୁ ପୋଲିସ କଲେଜ କ୍ୟାମ୍ପସ ମଧ୍ୟରୁ ଉଠାଇ ନେବା ପରେ ଏହାକୁ ନେଇ କଲେଜରେ ଉତ୍ତେଜନା ଲାଗିରହିଛି । ପୁରାତନ ଛାତ୍ର ସ୍ମୃତି ରଂଜନ ପଣ୍ଡାଙ୍କୁ ପୋଲିସ କ୍ୟାମ୍ପସ ମଧ୍ୟରୁ ଉଠାଇ ନେଇଥିଲା ।

ଭୁବନେଶ୍ୱର (କେନ୍ୟୁଜ): ପୁଣି ବିଜେବି କଲେଜ କ୍ୟାମ୍ପସରେ ଛାତ୍ର ଉତ୍ତେଜନା । ଜଣେ ପୂର୍ବତନ ଛାତ୍ରକୁ ପୋଲିସ କଲେଜ କ୍ୟାମ୍ପସ ମଧ୍ୟରୁ ଉଠାଇ ନେବା ପରେ ଏହାକୁ ନେଇ କଲେଜରେ ଉତ୍ତେଜନା ଲାଗିରହିଛି । ପୁରାତନ ଛାତ୍ର ସ୍ମୃତି ରଂଜନ ପଣ୍ଡାଙ୍କୁ ପୋଲିସ କ୍ୟାମ୍ପସ ମଧ୍ୟରୁ ଉଠାଇ ନେଇଛି । ଗତକାଲି ରାତି ପ୍ରାୟ ୮ ଟାରୁ ୯ ଟା ମଧ୍ୟରେ ସ୍ମୃତି କ୍ୟାମ୍ପସରେ ଉପସ୍ଥିତ ଥିବା ବେଳେ ପୋଲିସ ଉଠାଇ ନେଇଥିଲା ।

ଯାହାକୁ ନେଇ ଆଜି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ବିଜେବି ଛାତ୍ରଙ୍କ ଏହି ଆନ୍ଦୋଳନ ଯୋଗୁ କଟକ- ଭୁବନେଶ୍ୱର ଜାତୀୟ ରାଜପଥରେ ଚଳାଚଳ ବ୍ୟାହତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ତେବେ ଦୁଇ ଘଣ୍ଟା ପରେ ଆଲୋଚନା ପାଇଁ ପୋଲିସ ଓ ପ୍ରିନ୍ସିପାଲଙ୍କ ନିକଟକୁ ଯାଇଥିଲେ ଛାତ୍ରଛାତ୍ରୀ । ଏହାପରେ ଆନ୍ଦୋଳରୁ ଓହରିଥିଲେ ଛାତ୍ରଛାତ୍ରୀ । ପରେ ରାସ୍ତା ଅବରୋଧ ହଟିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.