ବିଶ୍ୱରେ କରୋନା ଭାଇରସ୍‌ ପରେ ମିଳିମିଳା ସଂକ୍ରମଣ ବୃଦ୍ଧି, WHO ଦେଲା ରିପୋର୍ଟ

WHO ଓ ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ରର ମିଳିତ ରିପୋର୍ଟ ମୁତାବକ, କରୋନା ମହାମାରୀ ପରେ ମିଳିମିଳା ସଂକ୍ରମଣ ସଂଖ୍ୟା ଅଧିକ ବଢିଛି । ଏହାର କାରଣ ଟିକାକରଣ ଅଭାବ ବୋଲି କୁହାଯାଏ ।

ମିଳିମିଳା ଏକ ଭାଇରାଲ ଜ୍ୱର ଯାହା ବାୟୁ ଦ୍ୱାରା ବ୍ୟାପିଥାଏ ଏବଂ ଏହା ପ୍ରଥମେ ଫୁସ୍‌ପୁସ୍‌କୁ ଆକ୍ରାନ୍ତ କରିଥାଏ । ମିଳିମିଳା ସଂକ୍ରମଣ ପିଲାମାନଙ୍କ ଉପରେ ବହୁତ ଶୀଘ୍ର ପ୍ରଭାବିତ ହୋଇଥାଏ । ତେବେ WHO ସୂଚନା ଅନୁସାରେ, ବିଶ୍ୱରେ ହଠାତ୍‌ ମିଳିମିଳା ଯୋଗୁ ମୃତ୍ୟୁ ହେଉଥିବା ଲୋକଙ୍କ ସଂଖ୍ୟା ବଢିଛି । ଏହା ପଛର କାରଣ କରୋନା ମହାମାରୀକୁ ମଧ୍ୟ କୁହାଯାଉଛି, କାହିଁକି ନା ସେହି ସମୟରେ ମିଳିମିଳା ପାଇଁ ଠିକ୍‌ ଭାବେ ଟିକାକରଣ ହୋଇପାରିନଥିଲା । ତେବେ ୨୦୨୧ ରୁ ୨୦୨୨ ମଧ୍ୟରେ ସାରା ବିଶ୍ୱରେ ମିଳିମିଳା ଯୋଗୁ ହେଉଥିବା ମୃତ୍ୟୁ ୪୩ % ବଢିଥିଲା । ଯେଉଁଥିରେ ପ୍ରାୟ ୧.୩୬ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଏଥିରେ ପ୍ରାୟ ଅଧିକାଂସ ଛୋଟ ପିଲା ରହିଛନ୍ତି ।

WHO ଓ ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ରର ମିଳିତ ରିପୋର୍ଟ ମୁତାବକ, କରୋନା ମହାମାରୀ ପରେ ମିଳିମିଳା ସଂକ୍ରମଣ ସଂଖ୍ୟା ଅଧିକ ବଢିଛି । ଏହାର କାରଣ ଟିକାକରଣ ଅଭାବ ବୋଲି କୁହାଯାଏ । ୨୦୨୨ ତୁଳନାରେ ଚଳିତ ବର୍ଷ ମିଳିମିଳା ସଂକ୍ରମଣ ୧୮ % ଅଧିକ ବଢିବା ସହ ପ୍ରାୟ ୯୦ ଲକ୍ଷ ଲୋକ ଏଥିରେ ପୀଡିତ ହୋଇଥିଲେ ।

ମିଳିମିଳା ଟିକାକରଣରେ ବୃଦ୍ଧି :
ଏକ୍ସପର୍ଟଙ୍କ ମୁତାବକ, ମିଳିମିଳାରୁ ମୁକ୍ତି ପାଇବା ପାଇଁ ଆମ ସମସ୍ତଙ୍କୁ ଏଥି ପ୍ରତି ବହୁତ ଧ୍ୟାନ ଦେବାକୁ ପଡିବ । ଏହା ଏକ ବହୁତ ଶୀଘ୍ର ବ୍ୟାପୁଥିବା ସଂକ୍ରମଣ ଯାହାଦ୍ୱାରା ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ଏହାକୁ ନେଇ ସିଡିସିର ଗ୍ଲୋବାଲ୍ ଇମ୍ୟୁନାଇଜେସନ୍ ଡିଭିଜନର ନିର୍ଦ୍ଦେଶକ ଜନ୍ ଭର୍ଟେଫୁଏଲ୍ କହିଛନ୍ତି, ଯେ ମିଳିମିଳା ରୋଗୀ ଓ ଏହା ଦ୍ୱାରା ହେଉଥିବା ମୃତ୍ୟୁ ସଂଖ୍ୟା ଚିନ୍ତାଜନକ । ଏହି ସଂକ୍ରମଣରୁ ବଞ୍ଚିବା ପାଇଁ ସବୁ ଦେଶକୁ ଟିକାକରଣ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ ।

କରୋନା ସମୟରେ ଟିକାକରଣରୁ ବଞ୍ଚିତ ହୋଇଥିଲେ ପିଲା :
ମିଳିମିଳା ଟିକାକରଣର ଦୁଇଟି ଡୋଜ୍‌ରେ ରହିଛି । କିନ୍ତୁ କରୋନା ଯୋଗୁ ୨୦୨୧ ଓ ୨୦୨୨ରେ ପ୍ରାୟ ୩.୩ କୋଟି ପିଲା ଏଥିରୁ ବଞ୍ଚିତ ହୋଇଥିଲେ । ସେହି ପିଲାଙ୍କ ମଧ୍ୟରୁ ୨.୨ କୋଟି ପିଲା ପ୍ରଥମ ଡୋଜ୍‌ ଓ ୧.୧ କୋଟି ପିଲା ଦ୍ୱିତୀୟ ଡୋଜ୍‌ ଟିକାକରଣରୁ ବଞ୍ଚିତ ଥିଲେ । ଗତ ବର୍ଷ କେବଳ ୮୩ % ପିଲା ମଳିମିଳାର ପ୍ରଥମ ଡୋଜ୍‌ ଏବଂ ୭୪ % ପିଲା ଦ୍ୱିତୀୟ ଡୋଜ୍‌ ନେଇ ପାରିଥିଲେ । ଏହା ଦ୍ୱାରା ଜଣା ପଡୁଛି ଯେ ମିଳିମିଳା ଟିକାକରଣରେ ବହୁତ ମାତ୍ରାରେ କମ ହେଉଛି । ସେଥିପାଇଁ ମିଳିମିଳା ଯୋଗୁ ହେଉଥିବା ମୃତ୍ୟୁ ସଂଖ୍ୟା ଦୃତ ଗତିରେ ବଢି ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.