Below header

୩୦୦ ଟଙ୍କାର ଲିପଷ୍ଟିକ ଅର୍ଡର ଦେଇ ୧ଲକ୍ଷ ଟଙ୍କା ହରାଇଲେ ମହିଳା

ସାଇବର ଫ୍ରଡ୍ କୁ ନେଇ ଆସିଲା ଆଉ ଏକ ନୂଆ ମାମଲା । ଜଣେ ମହିଳାଙ୍କୁ ଲିପଷ୍ଟିକ କିଣିବା ପଡିଲା ମହଙ୍ଗା । ଯାହା ଖବର ମିଳିଛି, ଦେଖୁ ଦେଖୁ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସିଧା ଉଡିଗଲା ଏକ ଲକ୍ଷ ଟଙ୍କା ।

ମୁମ୍ବାଇ: ସାଇବର ଫ୍ରଡ୍ କୁ ନେଇ ଆସିଲା ଆଉ ଏକ ନୂଆ ମାମଲା । ଜଣେ ମହିଳାଙ୍କୁ ଲିପଷ୍ଟିକ କିଣିବା ପଡିଲା ମହଙ୍ଗା । ଯାହା ଖବର ମିଳିଛି, ଦେଖୁ ଦେଖୁ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସିଧା ଉଡିଗଲା ଏକ ଲକ୍ଷ ଟଙ୍କା । ଚକିତ କରିବା ଭଳି କଥା ହେଲା କି, ମହିଳା ଜଣକ ପ୍ରଥମେ ୨ଟଙ୍କା ପେମେଣ୍ଟ କରିଥିଲେ। ଆଉ ତାପରେ । ତେବେ ଆସନ୍ତୁ ଜାଣିବା ପ୍ରକ୍ରୁତ ଘଟଣା କଣ ।

ମୁମ୍ବାଇରେ ରହୁଥିବା ମହିଳା ଜଣଙ୍କ ପେଶାରେ ଜଣେ ଡାକ୍ତର । ସେ ଜଣ ଜଣାଜୁଣା କମ୍ପାନୀର ଲିପଷ୍ଟିକ୍ ଅନଲାଇନ୍ ରେ ଅର୍ଡର କରିଥିଲେ । ହେଲେ ତା ପ୍ରତିବଦଳରେ ତାଙ୍କୁ ୧ ଲକ୍ଷ ଟଙ୍କା ହରାଇବାକୁ ପଡିଛି । ସାଇବର ଫ୍ରଡ୍ ଜଣକ ଚାଲାକିର ସହିତ ଡାକ୍ତରାଣୀଙ୍କ ଠାରୁ ୧ ଲକ୍ଷ ଟଙ୍କା ନେଇଯାଇଥିବା ଖବର ଏବେ ସମାନାକୁ ଆସିଛି  ।

ତେବେ ଯାହା ସୂଚନା ମିଳିଛି ମାତ୍ର ୩୦୦ ଟଙ୍କାର ଲିପଷ୍ଟିକ ବାବାଦକୁ ତାଙ୍କୁ ୧ଲକ୍ଷ ଟଙ୍କା ହରାଇବାକୁ ପଡିଛି । ସେ ଅନଲାଇନ୍ ରେ ୩୦୦ ଟଙ୍କାର ଏକ ଲିପଷ୍ଟିକ୍ ଅର୍ଡର ଦେଇଥିଲେ । ମାତ୍ର ତାଙ୍କ ଠାରୁ ଏତେ ଗୁଡାଏ ଟଙ୍କା ଠକି ନୋବରେ ସଫଳ ହୋଇଛି ସାଇବର ଫ୍ରଡ୍ । ୩୦୦ଟଙ୍କାର ଲିପଷ୍ଟିକ୍ ଟିକୁ ଅର୍ଡର ଦେବାର କିଛି ଦିନ ପରେ ଗୋଟେ ମ୍ୟାସେଜ ଆସିଥିଲା  ତାଙ୍କ ଫୋନ୍ କୁ । ମ୍ୟାସେଜରେ ପାର୍ସଲ ଡେଲିଭରି ହୋଇଯାଇଥିବା ଲେଖାଥିଲା , କିନ୍ତୁ ସେତେବେଳକୁ ସେମିତି କିଛି ପାର୍ସଲ ଡେଲିଭରୀ ହୋଇନଥିଲା । ଡାକ୍ତର ଜଣଙ୍କ ପାର୍ସଲ ପାଇନଥିବା କହିବାପରେ ଫ୍ରଡ୍ ଜଣକ ନିଜର କୁବୁଦ୍ଧି ଲଗାଇଥିଲା ।

ଏହାପରେ ମହିଳା ଡାକ୍ତରଙ୍କୁ ଫ୍ରଡ୍ ଜଣକ କହିଥିଲା କି ସେ ଏନେଇ ଯଥା ଶୀଘ୍ର  ଇ-କମର୍ସ ପ୍ଲାଟଫର୍ମର କଷ୍ଟମର କେୟାର ଏକ୍ସୁକୁଟିଭଙ୍କ ସହ ଯୋଗାଯୋଗ କରିବାକୁ । ଏହି ସମୟରେ ମହିଳାଙ୍କୁ ଏକ କଲ୍ ଆସିଥିଲା  । ସେଥିରେ ତାଙ୍କୁ କୁହାଯାଇଥିଲା କି ତାଙ୍କ ପାର୍ସଲ ହୋଲ୍ଡ ହୋଇଯାଇଛି । ଯେଉଁଥି ପାଇଁ ସେ ମହିଳାଙ୍କୁ ୨ଟଙ୍କା ପଠାଇବାକୁ କହିଥିଲା ଏବଂ ଏକ ଲିଙ୍କ ପଠାଇଥିଲା ।

ଲିଙ୍କ ଉପରେ ମହିଳା ଡାକ୍ତର ଜଣଙ୍କ କ୍ଳିକ୍ କରିଥିଲେ । ଏହାପରେ ମ୍ୟାସେଜ ଆସିଥିବା କି ତାଙ୍କ ଆକାଉଣ୍ଟରୁ ପ୍ରଥମେ ୯୫ ହଜାର ତା ପରା ୫ହଜାର ଟଙ୍କା ଟକିଯାଇଛି । ଏହାପରେ ମହିଳା ଜଣକ ଥାନାରେ ପହଁଚି ଏନେଇ ଅଭିଯୋଗ କରିଥିଲେ । ପୋଲିସ୍ ଏହି ଘଟଣାକୁ ଗୁରୁତ୍ୱର ସହିତ ନେଇ ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.