ୱେଷ୍ଟଇଣ୍ଡିଜ ଖେଳାଳି ମାର୍ଲନ ସାମୁଏଲ୍ସଙ୍କୁ ୬ ବର୍ଷ ଯାଏଁ ବ୍ୟାନ୍ କଲା ଆଇସିସି, ଜାଣନ୍ତୁ କାହିଁକି
ସାମୁଏଲ୍ସ ଏମିରେଟସ କ୍ରିକେଟ ବୋର୍ଡର ଆଣ୍ଟି କରପସନ କୋର୍ଡ ସହିତ ଜଡିତ ନିୟମ ଉଲ୍ଲଙ୍ଘନ କରିବାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସାମୁଏଲ୍ସ ଆଗାମୀ ୬ ବର୍ଷ ପାଇଁ କୌଣସି ଫର୍ମାଟରେ ଖେଳିପାରିବେ ନାହିଁ । ସାମୁଏଲ୍ସଙ୍କ ଉପରେ ଆଇସିସି ୬ ବର୍ଷର ପ୍ରତିବନ୍ଧକ ଲଗାଇଛି ।

ୱେଷ୍ଟଇଣ୍ଡିଜର କ୍ରିକେଟର ମାର୍ଲନ ସାମୁଏଲ୍ସଙ୍କ ଉପରେ ଆଇସିସି ୬ ବର୍ଷର ପ୍ରତିବନ୍ଧକ ଲଗାଇଛି । ସାମୁଏଲ୍ସ ୱେଷ୍ଟଇଣ୍ଡିଜ ପାଇଁ ଅନେକ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି । ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଘରୋଇ ଲିଗ୍ସରେ ଖେଳୁଛନ୍ତି । କିନ୍ତୁ ଏବେ ଭ୍ରଷ୍ଟାଚାର ମାମଲାରେ ଦୋଷୀ ଥିବାରୁ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସାମୁଏଲ୍ସ ଆଗାମୀ ୬ ବର୍ଷ ପାଇଁ କୌଣସି ଫର୍ମାଟରେ ଖେଳିପାରିବେ ନାହିଁ ।
ସାମୁଏଲ୍ସ ଏମିରେଟସ କ୍ରିକେଟ ବୋର୍ଡର ଆଣ୍ଟି କରପସନ କୋର୍ଡ ସହିତ ଜଡିତ ନିୟମ ଉଲ୍ଲଙ୍ଘନ କରିବାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଇସିସି ଏଚଆର ଏବଂ ଇଣ୍ଟିଗ୍ରିଟି ୟୁନିଟ ହେଡ ଏଲକ୍ସେ ମାର୍ଶନ ଏହା ଉପରେ ପ୍ରତିବନ୍ଧକ ଘୋଷଣା କରାଯାଇଛି । ସେ କହିଛନ୍ତି, ସାମୁଏଲ୍ସ ପାଖାପାଖି ୨ ଦଶକ ଧରି ଇଣ୍ଟରନ୍ୟାସନାଲ କ୍ରିକେଟ ଖେଳିଛନ୍ତି । ଏହି ସମୟରେ ସେ ଆଣ୍ଟି କରପସନ ସେସନରେ ଭାଗ ମଧ୍ୟ ନେଇଛନ୍ତି । ସେ ଏହାର ନିୟମ ଜାଣିଛନ୍ତି । ସେ ଏଭଳି ନିୟମ ଉଲ୍ଲଙ୍ଘନ କରିବା ସମୟରେ ଟିମରେ ସାମିଲ ଥିଲେ । ଏବେ କିନ୍ତୁ ରିଟାୟର୍ଡ ହୋଇଯାଇଛନ୍ତି ଖେଳାଳି ।
The former West Indies player with more than 300 international appearances has had his ban confirmed by the ICC.
Details 👇https://t.co/FCybKZNWxz
— ICC (@ICC) November 23, 2023
ଅଭିଯୋଗ ଅନୁଯାୟୀ, ୨୦୧୯ରେ ସାମୁଏଲ୍ସ ଆବୁଧାବି ଟି୧୦ ଲିଗ୍ ସମୟରେ ଭ୍ରଷ୍ଟାଚାର ସହିତ ଜଡିତ ନିୟମ ଭାଙ୍ଗିଥିଲେ । ତାଙ୍କ ଉପରେ ୪ଟି ଧାରା ଲାଗିବା ସହିତ ୨୦୦୮ରେ ପଇସା ନେବା ଆରୋପ ଲାଗିଥିଲା । ଏହି ମାମଲାରେ ଦୋଷୀ ପାଇଥିଲେ । ତାଙ୍କ ଉପରେ ୨ ବର୍ଷର ପ୍ରତିବନ୍ଧକ ଲାଗିଥିଲା । ଆଇସିସି ୨୦୧୫ରେ ବୋଲିଂ ସେକ୍ସନକୁ ନେଇ ୧ ବର୍ଷ ପାଇଁ ରୋକ୍ ଲଗାଇଥିଲା ।
ସୂଚନାଯୋଗ୍ୟ, ସାମୁଏଲ୍ସ ୱେଷ୍ଟଇଣ୍ଡିଜ ପାଇଁ ଶେଷ ଟେଷ୍ଟ ମ୍ୟାଚ୍ ୨୦୧୬ରେ ଖେଳିଥିଲେ । ସେହିପରି ଦିନିକିଆ ୨୦୧୮ରେ ଖେଳିଥିଲେ । ସେ ୭୧ଟି ଟେଷ୍ଟ ମ୍ୟାଚ୍ ଖେଳି ୨୯୧୭ ରନ୍ କରିଥିବା ବେଳେ ୪୧ ଓ୍ଵିକେଟ ନେଇଛନ୍ତି । ସେହିପରି ୨୦୭ ଦିନିକିଆ ମ୍ୟାଚରେ ୫୬୦୬ ରନ୍ କରିଛନ୍ତି । ଏହି ସମୟରେ ୮୯ ଓ୍ଵିକେଟ ମଧ୍ୟ ନେଇଛନ୍ତି ।