ଚାହୁଁଚାହୁଁ ରାସ୍ତାକୁ ମାଡିଆସିଲା କୁମ୍ଭୀର ଆକାରର ଝିଟିପିଟି, ଦେଖନ୍ତୁ ଭିଡିଓ

ବିଶ୍ୱରେ ଏପରି ଅନେକ ଜୀବ ଅଛନ୍ତି, ଯାହାକୁ ଦେଖିଲେ ବେଳେବେଳେ ଆମକୁ ନିଜ ଆଖିରେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ । ସେହିପରି ଏକ ଭାଇରାଲ୍ ଭିଡିଓ ଲୋକଙ୍କ ଆଶ୍ଚର୍ଯ୍ୟ କରିଦେଇଛି ।

ଆପଣମାନେ ତ ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କର ଅନେକ ଭାଇରାଲ ଭିଡିଓ ଦେଖିଥିବେ, କିନ୍ତୁ କେବେ ଏହି ପରି ବିରାଳକାୟ ଝିଟିପିଟି ଦେଖିନଥିବେ । ତେବେ ସାରା ବିଶ୍ୱରେ ଏପରି ଅନେକ ଜୀବ ଅଛନ୍ତି, ଯାହାକୁ ଦେଖିଲେ ବେଳେବେଳେ ଆମକୁ ନିଜ ଆଖିରେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ । ସେହିପରି ଏକ ଭାଇରାଲ୍ ଭିଡିଓ ଲୋକଙ୍କ ଆଶ୍ଚର୍ଯ୍ୟ କରିଦେଇଛି । ଯେଉଁଥିରେ ଏକ ବିଶାଳକାୟ ଝିଟିପିଟି (କୋମୋଡୋ ଡ୍ରାଗନ୍)ରାସ୍ତା ମଝିରେ ବୁଲୁଥିବାର ଦେଖିବା ପାଇଁ ମିଳିଛି । ତେବେ ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଭିଡିଓ ଦେଖିଲେ ଜଣା ପଡୁଛି ଯେ ଏହି ଭିଡିଓ ଟି ବହୁତ ଦୂରରୁ ସୁଟିଂ ହୋଇଥିବାର । ଯେଉଁଥିରେ ରାସ୍ତା ମଝିରେ ଏକ ବିଶାଳକାୟ ଝିଟିପିଟି (କୋମୋଡୋ ଡ୍ରାଗନ୍) ଦେଖିବା ପାଇଁ ମିଳିଛି । ଏହି ବିଶାଳ ଝିଟିପିଟି ଲାଞ୍ଜ କେବଳ ଦେଖିବା ପାଇଁ ମଣିଷର ଅଧା ଉଚ୍ଚତା ପରି ହୋଇଛି । ଏହା ସହ ସେହି ଭିଡିଓରେ ଦେଖିବା ପାଇଁ ମିଳିଛି ଯେ, ଗୋଟିଏ ବାଡି ସାହାଯ୍ୟରେ ଜଣେ ଲୋକ ସେହି ଝିଟିପିଟିକୁ ରାସ୍ତାକୁ ଯିବାକୁ ଦେବାକୁ ଚାହୁଁନାହିଁ ।

ରାସ୍ତାରେ ଏହି ବିଶାଳକାୟ ଝିଟିପିଟିକୁ ଦେଖିବା ପାଇଁ ଯିବା ଆସିବା କରୁଥିବା ଅନେକ ଲୋକ ଏହାର ଭିଡିଓ କରିବା ସହ ସେଠାରେ ରହି ଦେଖିବାର ମଜା ନେଉଥିଲେ । କିଛି ଲୋକମାନେ ତ ଏପରି ଥିଲେ ଯିଏ ସେମାନଙ୍କ କାରକୁ ଅଟକାଇ ଏହାର ଭିଡିଓ ଏବଂ ଫଟୋ ଉଠାଇବାକୁ ଲାଗିଥିଲେ । ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ earth.reel ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଯାହାର କ୍ୟାପସନରେ ଲେଖା ଅଛି, ‘ଏହି ଝିଟିପିଟି କ’ଣ କରିବାକୁ ଚେଷ୍ଟା କରୁଛି?’ ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଏହାକୁ ନେଇ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ‘ଦେଖାଯାଉଛି ଯେ ଏହି ଝିଟିପିଟିଟି ସହରରେ ବୁଲିବାକୁ ଆସିଛି’ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘ଏହା କୋମୋଡୋ ଡ୍ରାଗନ୍ ପରି ଦେଖାଯାଉଛି’ । ସେହି ପରି ତୃତୀୟ ୟୁଜର୍ସ ଲେଖିଛନ୍ତି, ‘ଆଶା କରୁଛି ଲୋକମାନେ ତାକୁ ଆଘାତ ନକରନ୍ତୁ’ ।

 

View this post on Instagram

 

A post shared by Earth Reels (@earth.reel)

ତେବେ ଏହି ଝିଟିପିଟିଟି ସରୀସୃପ ଦୁନିଆରେ ଶିକାର କରିବାରେ ଅତୁଳନୀୟ । କୋମୋଡୋ ଡ୍ରାଗନ୍ ପାଇଁ ପକ୍ଷୀ ଓ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଶିକାର କରିବା ବହୁତ ସହଜ ହୋଇଥାଏ । ଏହି ଝିଟିପିଟି ସବୁ ଠାରୁ ବୃହତମ ହୋଇଥାଏ । ଯାହାର ଲମ୍ବ ୩ ମିଟିର ଏବଂ ଓଜନ ୭୦ କିଲୋଗ୍ରାମ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.