ଫାଲକନ୍ ଗ୍ୟାସ ଲିକ୍ ଘଟଣାରେ ମୁହଁ ଖୋଲିଲେ ଦାମ, କହିଲେ CADA Actର ହୋଇଛି ଉଲଙ୍ଘନ

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଫାଲକନ ମେରାଇନ ଦୁର୍ଘଟଣା ନେଇ ମୁହଁ ଖୋଲିଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତ । ସେ କହିଛନ୍ତି, କୋଷ୍ଟାଲ ଆକ୍ୟୁକଲଚର ଡେଭ୍‌ଲପମେଣ୍ଟ ଅଥରିଟି ଆକ୍ଟର ଉଲଙ୍ଘନ ହୋଇଛିି । ସମୁଦ୍ରକୂଳରୁ ୨କିଲୋମିଟର ଭିତରେ ଚିଙ୍ଗୁଡ଼ି ଚାଷ ହେବା କଥା । ହେଲେ ଏହି ନିୟମକୁ ମାନୁଛି କିଏ? ବେଆଇନ କାର୍ଯ୍ୟ କରାଯାଉଛି ବୋଲି ଦାମ କହିଛନ୍ତି । ଏନେଇ ସରକାର ଆଖି ବୁଜି ଦେଇଛନ୍ତି । ଫାଲକନକୁ ଚିଙ୍ଗୁଡି ଦେଉଛି କିଏ । ନିୟମ ନମାନିଲେ ଯେଉଁମାନେ ଚିଙ୍ଗୁଡି ଚାଷ କରୁଛନ୍ତି କି ରପ୍ତାନୀ କରୁଛନ୍ତି ସେମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଥିବା ଦାମ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.