ଏହି ଦେଶରେ ଏକ ବିଶେଷ ଧରଣର ପଦାର୍ଥରେ ତିଆରି ହେଉଛି ସଡକ, ଯାହା କେବେବି ନଷ୍ଟ ହେବ ନାହିଁ

ଆମ ଦୈନନ୍ଦିନ ଜୀବନରେ ସଡକ ଯେପରି ଏକ ପ୍ରଧାନ ଅଙ୍ଗ ହୋଇଗଲାଣି । ଖାଦ୍ୟ, କପଡା, ବାସଗୃହ ପରେ ସଡକ, ପାଣି ଓ ବିଜୁଳି ଏବେ ମଣିଷ ଜୀବନରେ ସବୁଠୁ ଜରୁରୀ ଜିନିଷ ମାନଙ୍କ ଭିତରେ ଗଣା ହେଉଛି । ନଚେତ ମଣିଷକୁ ଗୋଟେ ସ୍ଥାନ ସହ ଅନ୍ୟ ଏକ ସ୍ଥାନର ସମ୍ପର୍କ ସ୍ଥାପନ ଏକ ପ୍ରକାର ଅସମ୍ଭବ ହୋଇପଡିବ । କୌଣସି ଦେଶର ବିକାଶର ପ୍ରକୃତ ଲକ୍ଷଣ ଏହାର ସଡକରୁ ହିଁ ଜଣା ପଡେ | ସଡକ ଯେତେ ଚିକ୍କଣ ଓ ମଜବୁତ ହୋଇଥାଏ ସେହି ଦେଶ ସେତିକି ବିକଶିତ ବୋଲି ବୋଲି ଧରାଯାଏ । ଏହି କାରଣରୁ ଏବେ ପୃଥିବୀର ପ୍ରାୟ ଦେଶ ସଡକ ନିର୍ମାଣରେ ଏକ ବଡ ଅକାରର ଅର୍ଥବ୍ୟୟ କରିବାକୁ ମଧ୍ୟ ପଛଉ ନାହାନ୍ତି । ଏମିତିକି ସଡକକୁ ମଜବୁତ ଓ ଦୀର୍ଘସ୍ଥାୟୀ କରିବା କରିବା ପାଇଁ ବିଭିନ୍ନ ଦେଶ ନୂଆ ନୂଆ ତରିକା ଆପଣେଇବା ଆରମ୍ଭ କରିଦେଲେଣି ।

britain

ନିକଟରେ ପୃଥିବୀର ଅନ୍ୟତମ ବିକଶିତ ରାଷ୍ଟ୍ର ଭାବେ ଜଣା ବ୍ରିଟେନ ଗ୍ରାଫିନ ନାମକ ଏକ ନୂତନ ପଦାର୍ଥରେ ସଡକ ନିର୍ମାଣ କରିବା ଆରମ୍ଭ କରିଦେଇଛି । ଯାହା ସାଧାରଣ ସଡକ ଠାରୁ ଅଧିକ ମଜବୁତ ରହିବା ସହ ଦୀର୍ଘ ସ୍ଥାୟୀ ମଧ୍ୟ ରହିବ । ଗ୍ରାଫିନକୁ ଆବିଷ୍କାର କରିଥିବା ବୈଜ୍ଞାନିକଙ୍କ ଅନୁଯାୟୀ ଗ୍ରାଫିନ ନିର୍ମିତ ସଡକରେ କେବେବି ଖାଲ ଢିପ ହେବ ନାହିଁ କି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ମଧ୍ୟ ହେବ ନାହିଁ । ବୈଜ୍ଞାନିକଙ୍କ ଅନୁଯାୟୀ ଗ୍ରାଫିନ ହେଉଛି ଏକ ବିଶେଷ ଧରଣର କାର୍ବନ | ଯାହାକି ପୃଥିବୀର ସବୁଠୁ ମଜବୁତ ପଦାର୍ଥ । ଏହା ସାଧାରଣ କାର୍ବନ ଠାରୁ ପ୍ରାୟ ୨୦୦ ଗୁଣା ଅଧିକ ମଜବୁତ |ତେଣୁ ଏଥିରେ ନିର୍ମାଣ କରାଯାଇଥିବା ସଡକ କେବେ ବି ଫାଟିବ ନାହିଁ । ଏହା ପୂର୍ବରୁ ଇଟାଲୀରେ ମଧ୍ୟ ଏହି ପଦାର୍ଥରେ ସଡକ ନିର୍ମାଣ କରାଯାଇଥିଲା ଯାହାକି ଏବେପର୍ଯ୍ୟନ୍ତ ସଠିକ ଭାବେ ରହିଛି ।

britain

ଏହା ସହ ପଢନ୍ତୁ: ଦିଲ୍ଲୀରେ ଅକ୍ସିଜେନ୍‌ ବାର୍‌ ଯାଇ ଲୋକେ ନେଉଛନ୍ତି ଶୁଦ୍ଧ ଅକ୍ସିଜେନ୍‌, ୧୫ ମିନିଟ୍‌କୁ ଦେବାକୁ ପଡ଼ୁଛି ଏତେ ଟଙ୍କା

ଏବେ ବ୍ରିଟେନର ଅକ୍ସଫୋର୍ଡ଼ ସେୟାର ଅଂଚଳରେ ଏହି ଧରଣର ସଡକ ନିର୍ମାଣ କରାଯାଉଛି | ଦୁଇ ପରସ୍ତରେ ନିର୍ମାଣ କରାଯାଉଥିବା ଏହି ସଡକ ନିର୍ମାଣରେ ୧୦ ଦିନ ସମୟ ଲାଗିବ । ନିର୍ମାଣ କାମ ଶେଷ ହେବାପରେ ଭିନ୍ନ ଭିନ୍ନ ଋତୁ ଏହା ଉପରେ କିପରି ପ୍ରଭାବ ପକାଉଛି ସେ ନେଇ ଏକ ପରୀକ୍ଷଣ କରାଯିବ । ଏହା ସହ ଭାରି ଯାନ ଗୁଡିକୁ ଏହା ଉପରେ ଚଲାଯାଇ ସଡକର ମଜବୂତୀକୁ ମଧ୍ୟ ପରୀକ୍ଷା କରାଯିବ । ଅବଶ୍ୟ ବୈଜ୍ଞାନିକ ମାନଙ୍କ ଅନୁଯାୟୀ ଅନ୍ୟାନ ସଡକ ଅପେକ୍ଷା ଏହି ସଡକ ନିର୍ମାଣରେ ୨୦ ପ୍ରତିଶତ ଅଧିକ ଅର୍ଥ ଖର୍ଚ୍ଚ ହେବ । କିନ୍ତୁ ସଡକର ସ୍ଥାୟୀତ୍ୱ ନେଇ ଏହି ଅର୍ଥ କିଛି ନୁହେଁ ବୋଲି ବୈଜ୍ଞାନିକଙ୍କ ତରଫରୁ ଦାବି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.