Below header

ପୁଣି ଚମକିଲେ ଓଡିଶାର ବୋହୂ, ହାତେଇଲେ ଡାମନ ମିସେସ ଇଣ୍ଡିଆ ଟାଇଟଲ ୨୦୨୦-୨୧

ସୁନ୍ଦରଗଡ: ପୁଣି ଚମକିଲେ ଓଡିଶାର ମହିଳା, ହାତେଇଲେ ଡାମନ ମିସେସ ଇଣ୍ଡିଆ ଟାଇଟଲ । ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଓଡ଼ିଶାର ମହିଳାମାନେ ରାଜ୍ୟକୁ ଗୌରବାନ୍ବିତ କରିବାରେ ଲାଗିଛନ୍ତି। ନିକଟ ଅତୀତରେ ରାଜ୍ୟର ଅନେକ ମହିଳା ମାନେ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସର୍ବଭାରତୀୟ ସ୍ତରରେ ଓଡିଶାର ନାମକୁ ଗୌରବାନ୍ବିତ କରିଥିବାବେଳେ ଏହି ତାଲିକାରେ ସୁନ୍ଦରଗଡ କାଂଶବାହାଲ ବିଲେଇଗଡ଼ର ବିଉଟି କୁଇନ ନବଦୀପ କୌରଙ୍କ ନାମ ଯୋଡ଼ି ହୋଇଯାଇଛି।

missଗତ ୨୩ ତାରିଖରେ କେନ୍ଦ୍ର ଶାସିତ ପ୍ରଦେଶ ଡାମନରେ ଆୟୋଜିତ ଜାତୀୟ ସ୍ତରୀୟ ମିସେସ ଇଣ୍ଡିଆ ପ୍ରତିଯୋଗିତାରେ ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଲେଇଗଡ଼ର ବୋହୁ ନବଦୀପ କୌର ଡାମନ‘ମିସେସ ଇଣ୍ଡିଆ-୨୦-୨୧’ ଟାଇଟଲକୁ ନିଜ ନାମରେ କରିନେଇ ଓଡ଼ିଶା ତଥା ସୁନ୍ଦରଗଡ ଜିଲ୍ଲାର ମାନ ବଢ଼ାଇଛନ୍ତି। ଏହି ଖବର ଜଣାପଡିବା ପରେ କାଂଶବାହାଲ ଅଞ୍ଚଳର ଲୋକେ ତାଙ୍କ ସ୍ୱାଗତ ପାଇଁ ଅନାଇ ବସିଥିଲେ । ଟାଇଟଲ ହାତେଇବା ପରେ ବିଲେଇଗଡ଼ ସ୍ଥିତ ନିଜ ଘରକୁ ଫେରିଛନ୍ତି ।

ନିଜ ଗ୍ରାମ ବିଲେଇଗଡ଼ ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ବିଧାୟକ ଡ଼ଃ ସି.ଏସ. ରାଜନ ଏକ୍କା ପ୍ରଥମେ ଫୁଲ ତୋଡା ଦେଇ ଶୁଭେଚ୍ଛା ଜଣାଇଥିଲେ । ସ୍ଥାନୀୟ ଅଞ୍ଚଳବାସୀ ବାଜା ବଜାଇ ମିଠା ବାଣ୍ଟି ଜୋରଦାର ସ୍ୱାଗତ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ଵରେ ଲୋକେ ତାଙ୍କ ଝଲକ ପାଇବା ପାଇଁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା ।

mandipଟାଇଟଲ ଜିତିବା ନେଇ ନବଦୀପ କହିଛନ୍ତି, ସାଙ୍ଗ ସାଥି , ପରିବାର ଲୋକଙ୍କ ପ୍ରୋତ୍ସାହନ ପାଇ ସେ ଏହି ଫ୍ୟାଶନ ପ୍ରତିଯୋଗୀତା ଭାଗ ନେବାକୁ ଆଗ୍ରହ ଦେଖାଇଥିଲେ । ବାପ ,ମା ,ଶାଶୁ, ସ୍ୱାମୀଙ୍କ ଆଶୀର୍ବାଦ ଓ ସହଯୋଗରେ ସେ ଏହି ମିସେସ ଇଣ୍ଡିଆ ୨୦-୨୧ ର ତାଜ ହାସିଲ କରିପାରିଛନ୍ତି । ତେବେ ଆଗମୀ ଦିନରେ ହେବାକୁ ଥିବା ମିସେସ ୱାର୍ଲଡ଼ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ।

mrsରାଉରକେଲା ରେ ଜନ୍ମିତ ନବଦିପଙ୍କ ପିତାଙ୍କ ହୋଟେଲ ବ୍ୟବସାୟ ରହିଛି । ଏହାସହିତ ସେ କାଂଶବାହାଲ ନିକଟସ୍ଥ ବିଲେଇଗଡ଼ ଗ୍ରାମର ଜଣେ ବିଶିଷ୍ଟ ଶିଳ୍ପପତି ନବଜିତ ସିଂ ଙ୍କୁ ବିବାହ କରିଛନ୍ତି। ନବଦୀପ ଉଚ୍ଚ ଶିକ୍ଷିତା ହୋଇଥିବା ବେଳେ ସେ ୪ବର୍ଷର କନ୍ୟା ସନ୍ତାନର ଜନନୀ। ତାଙ୍କର ଏହି ସଫଳତାର ସମସ୍ତ ଶ୍ରେୟ ସେ ପରିବାର ଲୋକଙ୍କୁ ପ୍ରଦାନ କରିଛନ୍ତି ।

ସୁନ୍ଦରଗଡରୁ ଦେବବ୍ରତ ଜେନାଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.