Below header

ଭିଜିଲାନ୍ସ ଜାଲରେ ମୟୁରଭଞ୍ଜ ଝରାଡ଼ିହି ଫାଣ୍ଡି ଅଧିକାରୀ, ୯ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗିରଫ

ମୟୁରଭଞ୍ଜ: ଭିଜିଲାନ୍ସ ପଞ୍ଚାରେ ଫାଣ୍ଡି ଅଧିକାରୀ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଝରାଡ଼ିହି ଫାଣ୍ଡିରେ। ଫାଣ୍ଡି ଅଧିକାରୀ ସତ୍ୟବାନ ଗିରି (ASI) ଝରାଡ଼ିହିର ଜଣେ ଦେଶୀ ମଦ ବ୍ୟବସାୟୀଙ୍କୁ ବିଭିନ୍ନ ସମୟରେ ଧମକ ଚମକ ଦେଇ ଅର୍ଥ ଆଦାୟ କରୁଥିଲେ । ଫାଣ୍ଡି ଅଧିକାରୀଙ୍କ ଦ୍ୱାରା ବାରମ୍ବାର ହଇରାଣ ହୋଇ ଅତିଷ୍ଠ ହେବା ପରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ମଦ ବ୍ୟବସାୟୀ ତାମରାୟ ମାହାଲି ।

ଫାଣ୍ଡି ଅଧିକାରୀଙ୍କ ଦାବି ମୁତାବକ ୯ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ରେଡ଼ କରିଥିଲେ । ବାଲେଶ୍ୱରର ଭିଜିଲାନ୍ସ SP ଙ୍କ ନିର୍ଦେଶରେ DSP ସନ୍ତୋଷ ସାମନ୍ତ ରାୟଙ୍କ ନେତୃତ୍ୱରେ ଏକ ୧୫ଜଣିଆ ଟିମ ଝରାଡ଼ିହି ଫାଣ୍ଡି ଓ ଫାଣ୍ଡି ଅଧିକାରୀଙ୍କ ପୈତୃକ ଗ୍ରାମ ରରୁଆ ଥାନା ଜାମୁ ନାଳିଆ ଗ୍ରାମରେ ଚଢ଼ାଉ କରିଥିଲେ। ସତ୍ୟବାନ ଗିରିଙ୍କ କାର୍ଯ୍ୟାଳୟ ଓ ବାସ ଭବନ ସହ ପୈତୃକ ଗ୍ରାମରେ ରାତି ୧୧ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିଲା । ଲାଞ୍ଚ ନେବା ଅଭିଯୋଗରେ ଆଇନର ରକ୍ଷକଙ୍କ ହାତରେ ହାତକଡୀ ଲଗାଇଥିଲେ ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.