ଚୌଦ୍ୱାର ନେଳିଗ୍ରାମରେ ପିଲା ଚୋରକୁ କାବୁ କଲେ ଗ୍ରାମବାସୀ, ଦେଲେ ଉତ୍ତମ ମଧ୍ଯମ

ଚୌଦ୍ୱାର: କଟକ ଚୌଦ୍ୱାର ଥାନା ଅନ୍ତର୍ଗତ ଶାଳଗାଁ ପଚାଂୟତର ନେଳିଗ୍ରାମରେ ଗତକାଲି ରାତିରେ ପିଲା ଚୋରକୁ କାବୁ କଲେ ଲେୋକେ । ଗ୍ରାମର ରବିନାରାୟଣ ମହାନ୍ତିଙ୍କ ନାବାଳକ ପୁଅ ଅମରଜିତ ମହାନ୍ତି ଗାଁ ରାସ୍ତାରେ ନିଜ ଘରକୁ ଯାଉଥିବା ବେଳେ ଏକ ବୁଦା ଭିତରୁ ଜଣେ ବୃଦ୍ଧ ବ୍ୟକ୍ତି ବାହାରି ଅମରଜିତଙ୍କୁ ପଛପଟୁ ମାଡିବସିଲା।
ଅମରଜିତର ଚିତ୍କାର ଶୁଣି ପରିବାର ଲୋକଙ୍କ ସହିତ ଗ୍ରାମବାସୀ ମାନେ ସେଠାରେ ପହଚିଂ ତାକୁ ଉଦ୍ଧାର କରିଥିଲେ ବେଲି ଅଭିଯୋଗ ହେଇଛି । ପିଲାଚୋର ସନ୍ଦେହରେ ଉକ୍ତ ବୃଦ୍ଧକୁ ଉତ୍ତମ ମଧ୍ୟମ ଦେଇଥିଲେ ଗ୍ରାମବାସୀ । ଖବରପାଇ ଚୌଦ୍ୱାର ପୁଲିସ ଘଟଣା ସ୍ଥଳରେ ପହଚିଂ ଉକ୍ତ ବୃଦ୍ଧକୁ ଧରି ଥାନାକୁ ଆଣି ତଦନ୍ତ ଚଳାଇଛି।