IPL 2021 : ୧୮ ଫେବ୍ରୁଆରୀରେ ହେବ ଆଇପିଏଲ୍‌-୧୪ର ନିଲାମୀ, ଏହି ଖେଳାଳିଙ୍କ ଉପରେ ହୋଇପାରେ ଟଙ୍କା ବର୍ଷା

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୪ତମ ସିଜନ୍‌ ଅର୍ଥାତ୍‌ ଆଇପିଏଲ୍‌ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ ଫେବ୍ରୁଆରୀ ୧୮ରେ ଚେନ୍ନାଇରେ ଆୟୋଜିତ ହେବ। ଆଇପିଏଲ୍‌ର ସମସ୍ତ ୮ଟି ଟିମ୍‌ ଚଳିତଥର ୧୩୯ ଖେଳାଳିଙ୍କୁ ରିଟେନ୍‌ କରିଥିବା ବେଳେ ୫୭ ଖେଳାଳିଙ୍କୁ ନିଜ ଟିମ୍‌ରୁ ରିଲିଜ୍‌ କରିଛନ୍ତି। ସନ୍‌ରାଇଜର୍ସ ହାଇଦ୍ରାବାଦ ସବୁଠାରୁ ଅଧିକ ୨୨ ଜଣ ଖେଳାଳିଙ୍କୁ ରିଟେନ୍‌ କରିଛି। ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସବୁଠାରୁ କମ୍‌ ୧୨ ଜଣ ଖେଳାଳିଙ୍କୁ ରିଟେନ୍‌ କରିଛି।

ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଚେନ୍ନାଇରେ ଫେବ୍ରୁଆରୀ ୧୭ରେ ଶେଷ ହେଉଛି। ଏଣୁ ଏହା ପରଦିନ ଅର୍ଥାତ୍‌ ୧୮ ତାରିଖରେ ଆଇପିଏଲ୍‌ ୨୦୨୧ର ନିଲାମୀ ରଖାଯାଇଛି। ଚେନ୍ନାଇରେ ଭାରତୀୟ ଟିମ୍‌ ଇଂଲଣ୍ଡ ବିପକ୍ଷରେ ୪ ଟେଷ୍ଟ ମ୍ୟାଚ୍‌ର ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିବ। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ୧୩ରୁ ୧୭ ଫେବ୍ରୁଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ମ୍ୟାଚ୍‌ ସରିବା ପରଦିନ ହିଁ ଆଇପିଏଲ୍‌ ନିଲାମୀ ଆୟୋଜିତ ହେବ।

ଚଳିତବର୍ଷ କେଉଁ କେଉଁ ଖେଳାଳିଙ୍କ ପାଇଁ କେତେ ଟଙ୍କାର ନିଲାମୀ ଡକାଯାଇପାରେ:

ରାଜସ୍ଥାନ ରୟାଲସ୍‌ ନିଜ କ୍ୟାପଟେନ୍‌ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଆଇପିଏଲ୍‌ ୨୦୨୧ ର ନିଲାମୀ ପୂର୍ବରୁ ହିଁ ରିଲିଜ୍‌ କରି ଦେଇଛି। ସ୍ମିଥ୍‌ ଆଇପିଏଲ୍‌ ୨୦୨୦ର ୧୪ଟି ମ୍ୟାଚ୍‌ରେ ୩୧୧ ରନ୍‌ କରିଥିଲେ। ଏଣୁ ଚଳିତବର୍ଷ ସେ ସବୁଠୁ ଅଧିକ ଟଙ୍କାରେ ବିକ୍ରି ହୋଇପାରନ୍ତି। ସେହିପରି ଦକ୍ଷିଣ ଆଫ୍ରିକାର ବୋଲିଂ ଅଲରାଉଣ୍ଡର କ୍ରିସ୍‌ ମରିସ୍‌ଙ୍କୁ ଗତବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ୧୦ କୋଟିରେ କିଣିଥିଲା। ଏଣୁ ଚଳିତବର୍ଷ ସେ ମଧ୍ୟ ଅଧିକ ଟଙ୍କାରେ ବିକ୍ରି ହୋଇପାରନ୍ତି। ଅନ୍ୟପଟେ ମ୍ୟାକ୍ସେଓ୍ଵଲ ବି ମୋଟା ଅଙ୍କର ଟଙ୍କାରେ ବିକ୍ରି ହେବା ନେଇ ଚର୍ଚ୍ଚା ଜୋର ଧରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.