ପୂର୍ବତନ ବିଧାୟକ ଦାମୋଦର ରାଉତ ବିଜେପିରେ ମିଶିବେ କି ? ଏନେଇ ଜୋର ଧରିଛି ଚର୍ଚ୍ଚା

ଭୁବନେଶ୍ବର (କେନ୍ୟୁଜ୍) : ବିଜେଡିର ପୂର୍ବତନ ବିଧାୟକ ଦାମୋଦର ରାଉତ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ଦିଲ୍ଲୀରୁ ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଦାମୋଦର ରାଉତ । କେଭି ସିଂହଦେଓଙ୍କ ସହ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିବା ଦାମୋଦର ରାଉତ କହିଛନ୍ତି । ବିଜେପିରେ ଯୋଗଦାନ ନେଇ ଆଲୋଚନା ଚାଲିଛି, ତେବେ ମିଶିବା ନେଇ ନିଷ୍ପତ୍ତି ନେଇନଥିବା ସେ କହିଛନ୍ତି । ଈଔଚ ଯଦି ଦୁର୍ନୀତି ବିରୋଧରେ ଲଢ଼େ ଓ ରାଜ୍ୟର ବିକାଶ କାମ କରିବ ତେବେ ବିଜେପିରେ ମିଶିବାରେ ମୋର କୌଣସି ଅସୁବିଧା ନାହିଁ ବୋଲି ଦାମୋଦର ରାଉତ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.