Below header

ତିନି ଦିନ ପରେ ଖୋଲିବ ଶ୍ରୀମନ୍ଦିର: ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ ଫାଇଭ ଟି ସଚିବ ଓ ଉନ୍ନୟନ କମିଶନର

ପୁରୀ: ଦୀର୍ଘ ୯ ମାସର ଅପେକ୍ଷା ପରେ ୨୩ରୁ ଶ୍ରୀମନ୍ଦିରରେ ମିଳିବ କାଳିଆ ସାଆନ୍ତଙ୍କ ଦର୍ଶନ । ଏହା ପୂର୍ବରୁ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଓ ଉନ୍ନୟନ କମିଶନର । ଫାଇଭ ଟି ସଚିବ ଭି କେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଆଜି ଭୋରରୁ ଶ୍ରୀମନ୍ଦିରରେ ପହଁଚିଥିଲେ ।

କେମିତି କୋଭିଡ କଟକଣାରେ ମନ୍ଦିର ଖୋଲିବ, ସେନେଇ ଆଲୋଚନା କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସହ ବିଭିନ୍ନ ଦିଗ ନେଇ ସମୀକ୍ଷା କରିଥିଲେ ଫାଇଭ ଟି ସଚିବ ଓ ଉନ୍ନୟନ କମିଶନର । ସେହିଭଳି ଶ୍ରୀମନ୍ଦିର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିଥିଲେ । ଭିତର ଦର୍ଶନ ବ୍ୟବସ୍ଥା ତଦାରଖ କରିଥିଲେ ।

pandianତ୍ୱରାନିତ ହେବାକୁ ଥିବା ଆବର୍ଜନା ସଫା କାମ ନେଇ ଆଲୋଚନା କରିଥିଲେ । ୨୦ ମିଟର ବାହ୍ୟ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ । ଶ୍ରୀମନ୍ଦିର ଐତିହ୍ୟ କରିଡର ଓ ବଫର ଅଞ୍ଚଳରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଜିଲ୍ଲାପାଳ ବଲବନ୍ତ ସିଂ, ଏସପି କନଓ୍ଵର ବିଶାଲ ସିଂ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଏଥିରେ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.