ଦିଆସିଲ କାଠିରେ ବର୍ଡର-ଗାଭାସ୍କର ଟ୍ରଫି ତିଆରି କଲେ ପୁରୀର ଯୁବ କଳାକାର ଶାଶ୍ବତରଞ୍ଜନ ସାହୁ

ପୁରୀର ଯୁବ କଳାକାର ଶାଶ୍ୱତରଞ୍ଜନ ସାହୁ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଏକ ଅଦ୍ଭୁତ ପ୍ରୟାସ କରିଛନ୍ତି। ସେ ଦିଆସିଲି କାଠିରେ ବର୍ଡର-ଗାଭାସ୍କର ଟ୍ରଫି ତିଆରି କରି ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୧୦୦ ପ୍ୟାକେଟ ଦିଆସିଲ କାଠି ବ୍ୟବହାର କରି ସେ ତିଆରି କରିଛନ୍ତି ଏହି ଟ୍ରଫି । ଏହାର ଉଚ୍ଚତା ୨୩ ଇଞ୍ଚ ହୋଇଥିବା ବେଳେ ପ୍ରସ୍ଥ ୯ ଇଞ୍ଚ ।

trophy

ସୂଚନା ଥାଉକି, ଅଷ୍ଟ୍ରେଲିଆ ଓ ଭାରତର କ୍ରିକେଟ ଖେଳାଳିଙ୍କ ନାମରେ ନାମିତ ବ୍ରର୍ଡର-ଗାଭାସ୍କର ଟ୍ରଫି ପାଇଁ ଚଳିତ ମାସ ୧୭ ତାରିଖରୁ ମ୍ୟାଚ୍ ଆରମ୍ଭ ହୋଇଛି । ପିଙ୍କବଲରେ ଖେଳାଯାଉଥିବା ଏହି ଦିବାରାତ୍ର ମ୍ୟାଚ୍ ରେ ଦୁଇଦଳ ଭଲ ଖେଳ ପ୍ରଦର୍ଶନ କରିବାର ଶୁଭେଚ୍ଛା ଜଣାଇ ଶାଶ୍ୱତ ଏହି କଳାକୃତି ତିଆରି କରିଥିବା କହିଛନ୍ତି । ସୂଚନା ଥାଉକି, ଯୁକ୍ତ ୩ ପ୍ରଥମ ବର୍ଷରେ ପଢ଼ୁଥିବା କୁମ୍ଭାରପଡା ବାସିନ୍ଦା ଶାଶ୍ୱତ ଆଗରୁ ଦିଆସିଲ କାଠିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ସମେତ ଅନେକ କଳାକୃତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ।

puri trophy

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.