Below header

ଲକ ଡାଉନର କରୁଣ ଚିତ୍ର ! ମୃତଦେହ ନେଇ ଆସିଥିବା ଆମ୍ବୁଲାନ୍‌ସକୁ ସୀମାନ୍ତରେ ପୁରେଇ ଦେଲେନି ସୁରକ୍ଷା କର୍ମଚାରୀ

ମାଲକାନଗିରି: ମୃତଦେହ ନେଇ ଆସିଥିବା ଆମ୍ବୁଲାନ୍‌ସକୁ ସୀମାନ୍ତରେ ପୂରେଇ ଦେଲେନି ସୁରକ୍ଷା କର୍ମଚାରୀ । ଲକ ଡାଉନ ସମୟରେ ମାଲକାନଗିରିର ମୋଟୁରେ ହିଁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ହାଇଦ୍ରାବାଦରେ କାମ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହେବା ପରେ ତାଙ୍କୁ ଆମ୍ବୁଲାନ୍‌ସ ଯୋଗେ ମାଲକାନଗିରିର ସେରପାଲ୍ଲୀ ଗାଁକୁ ଅଣାଯାଇ ଥିଲା। କିନ୍ତୁ ମୋଟୁ ସୀମାରେ ନିୟୋଜିତ ଥିବା ସୁରକ୍ଷା କର୍ମଚାରୀ ଆମ୍ବୁଲାନ୍‌ସକୁ ମାଲକାନଗିରି ଭିତରକୁ ଛାଡ଼ିନଥିଲେ। ଫଳରେ ଆମ୍ବୁଲାନ୍‌ସ ପାଖାପାଖି ୨ଶହ କିମି ଅଧିକ ବାଟ ବୁଲିବା ପରେ ଚିତ୍ରକୋଣ୍ଡା ଦେଇ ଶ୍ରମିକଙ୍କ ଘରକୁ ଆସିଥିଲା।

ତିନିମାସ ତଳେ ବାସୁଦେବ କୁରାମୀ ନାମକ ଯୁବକ କାମ ସନ୍ଧାନରେ ହାଇଦ୍ରାବାଦ ଯାଇଥିବା ବେଳେ ଗତ ୧୦ଦିନ ତଳେ ଗୁରୁତର ଅସୁସ୍ଥ ହୋଇ ପ୍ରାଣ ହରାଇଥିଲେ। ତେଲଙ୍ଗାନା ସରକାର ଆମ୍ବୁଲାନ୍‌ସ ଯୋଗାଇ ଦେବା ପରେ ବାସୁଦେବଙ୍କ ମୃତଦେହକୁ ଅଣା ଯାଇ ପାରିଥିଲା । ତେବେ ସୀମାନ୍ତରେ ଆମ୍ବୁଲାନ୍‌ସକୁ ଗାଁକୁ ଛଡ଼ାନଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି । ଏହି ଘଟଣାର ଅଧିକ ରୁ ଅଧିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.