Below header

ଚାନ୍ଦବାଲି: ଲକଡାଉନ କଟକଣା ପାଇଁ ନିରାଡମ୍ବରରେ ପାଳିତ ହେଲା ମାଆ ଦକ୍ଷିଣେଶ୍ୱରୀ କାଳୀଙ୍କ ବାର୍ଷିକ ଉତ୍ସବ

ଚାନ୍ଦବାଲି(କେନ୍ୟୁଜ): ଲକଡାଉନ କଟକଣା ଜାରି ରହିଥିବାରୁ ସମସ୍ତ ଦେବାଳୟମାନଙ୍କରେ ଦର୍ଶନ ମଧ୍ଯ ବନ୍ଦ ହୋଇଯାଇଛି। ଏହା ମଧ୍ଯରେ ଅନେକ ପର୍ବ-ପର୍ବାଣୀକୁ ମଧ୍ଯ ମନ୍ଦିରରେ ନିଯୁକ୍ତ ଥିବା ସେସବାୟତମାନଙ୍କ ଦ୍ବାରା ହିଁ ନୀତି ସମ୍ପନ୍ନ କରାଯାଉଛି। ଯାହାଫଳରେ ଭଗବାନ ଏବଂ ଭକ୍ତଙ୍କ ମଧ୍ଯରେ ଦୂରତା ଦେଖାଦେଇଛି।

ଏସବୁ ମଧ୍ଯରେ ଆଜି କରୋନା ଲକଡାଉନ କଟକଣା ପାଇଁ ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଆରାଧ୍ୟ ଦେବୀ ମାଆ ଦକ୍ଷିଣେଶ୍ୱରୀ କାଳୀଙ୍କ ୩୪ ତମ ବାର୍ଷିକ ଉତ୍ସବ ନିରାଡମ୍ବର ଭାବେ ପାଳନ କରାଯାଉଛି । ବାର୍ଷିକ ଉତ୍ସବ ପାଇଁ ପ୍ରାତଃ ସମୟରେ ମାଆଙ୍କ ପହୁଡ଼ ଖୋଲା ଯାଇଥିଲା । ରୀତିନୀତି ଅନୁସାରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ସଂଧ୍ୟାରେ ସାମାଜିକ ଦୂରତା ରକ୍ଷା କରି ମାଆଙ୍କ ପାଖରେ ଯଜ୍ଞ ହେବ । ଲକଡାଉନ କଟକଣା ପାଇଁ ଶ୍ରଦ୍ଧାଳୁମାନେ ମାଆଙ୍କ ବାର୍ଷିକ ଉତ୍ସବରେ ସାମିଲ ହୋଇ ନପାରିବାରୁ ନିରାଶ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.