Below header

ଢେଙ୍କାନାଳ ଗିରିଧରପ୍ରସାଦ ପଞ୍ଚାୟତରେ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ : କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବାକୁ ନେଇ ସରପଞ୍ଚଙ୍କୁ ଆକ୍ରମଣ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ଗିରିଧରପ୍ରସାଦ ପଞ୍ଚାୟତରେ ମାରଣାସ୍ତ୍ରରେ ସରପଞ୍ଚଙ୍କ ଉପରେ ଆକ୍ରମଣ ହୋଇଛି। ଗିରିଧରପ୍ରସାଦର ଖଣ୍ଡତିରି ଗାଁରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ସେହି ଗାଁର ୨୩ଜଣ ପ୍ରବାସୀ ରହୁଥିବା ବେଳେ ଅନ୍ୟ ଗାଁର ୪ଜଣ ପ୍ରବାସୀ ରହିଛନ୍ତି।

ବାହାର ଗାଁର ଲୋକ କାହିଁକି ରହିବେ ବୋଲି ପ୍ରଶ୍ନ କରିବା ସହ ପ୍ରବାସୀଙ୍କ ମାସ୍କ ଛଡ଼େଇ ନେଇଥିଲେ ସେହି ଗାଁର ପ୍ରବାସୀ । ସେଠାରେ ଉପସ୍ଥିତ ଥିବା ସରପଞ୍ଚ ଶ୍ରୀକାନ୍ତ ବେହେରାଙ୍କୁ ମାଡ଼ ମାରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏନେଇ ସରପଞ୍ଚ ରାସୋଳ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଜଣେ ଆକ୍ରମଣକାରୀଙ୍କୁ ଗିରଫ କରିଥିବା ବେଳେ ତିନିଜଣ ଫେରାର ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.