ଭୋକ ବିକଳରେ ରେସ୍ତୋରାଁର ତାଲା ଭାଙ୍ଗିଲେ ଯୁବକ, ରୋଷେଇ କରି ଖାଇବା ପରେ ଚାଲିଗଲେ ନିଜ ବାଟରେ; ସିସିଟିଭିରୁ ଜାଣିଲେ ମାଲିକ

ଭୋକ ସାମ୍ନାରେ ଆଉ କିଛି ଦେଖାଯାଇନଥାଏ। ପେଟର ଭୋକ ଜ୍ୱାଳାକୁ ପ୍ରଶମିତ କରିବା ପାଇଁ ଲୋକମାନେ କିଛି ବି ଅପରାଧ କରିବସିଥାନ୍ତି। ଏବେ ସେଭଳି ଏକ ଘଟଣା ଦେଖିବା ମିଳିଛି ଜୁନାଗଡ଼ରେ। ଏଠାରେ ୫ ଜଣ ବେରୋଜଗାର ଭୋକ ବିକଳରେ ମେ ୧୨ ଓ ୧୩ ରାତିରେ ଏକ ରେସ୍ତୋରାଁର କବାଟ ଭାଙ୍ଗି କିଚେନ୍‌ରେ ଯାଇ ଭାତ ଓ ଆଳୁ ତରକାରୀ ରାନ୍ଧି ଖାଇବା ପରେ ବାହାରିଯାଇଥିଲେ। କିନ୍ତୁ ସେମାନେ ଦୋକାନରୁ କୌଣସି ସାମଗ୍ରୀ ଚୋରି କରିନଥିଲେ।

Being hungry, he broke the lock of the restaurant, cooked food in ...

ରିପୋର୍ଟ ମୁତାବକ, ବୈଭବ ଚୌକରେ ଜିତେଶ ଟେଙ୍କ ଗଜାନନ୍ଦ ପରଟା ହାଉସ୍‌ ନାମରେ ଏକ ରୋସ୍ତୋରାଁ ରହିଛି। ତାଙ୍କ ରୋସ୍ତୋରାଁ କବାଟ ଭଙ୍ଗାଯାଇଥିବା ନେଇ ଗତକାଲି ତାଙ୍କ ପଡ଼ୋଶୀ ଦୋକାନୀ ଫୋନ୍‌ କରି ଜଣାଇଥିଲେ। ଏହା ଜାଣିବା ପରେ ଜିତେଶ ତୁରନ୍ତ ରୋସ୍ତୋରାଁରେ ପହଞ୍ଚି ଯାଞ୍ଚ କରିଥିଲେ। ସେ ଘଟଣାସ୍ଥଳରୁ ୫ଟି ଅଇଁଠା ଥାଳି ଓ ଖାଦ୍ୟ ତିଆରି ପାଇଁ ବ୍ୟବହୃତ ହୋଇଥିବା ପାତ୍ର ଦେଖିବାକୁ ପାଇଥିଲେ।

7 Things to Know about Restaurant Kitchen Design | Forketers

ପରେ ସିସିଟିଭି ଫୁଟେଜ୍‌ ଚେକ୍‌ କରିବାକୁ ସେ ଦେଖିଥିଲେ ଯେ ୫-୬ ଜଣ ଲୋକ ରାତିରେ ହଠାତ୍‌ ତାଙ୍କ ରେସ୍ତୋରାଁ ଭିତରକୁ କବାଟ ଭାଙ୍ଗି ପଶିଥିଲେ। ସେଠାରେ ସେମାନେ କିଛି ଖୋଜାଖୋଜି କରିଥିଲେ। ପରେ ସେମାନଙ୍କ ନଜର ସିସିଟିଭି ଉପରେ ପଡ଼ିବାରୁ ସେ ତାହାକୁ ଘୋଡ଼ାଇ ଦେଇଥିଲେ। ଜିତେଶ ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲେ ଯେ ଲୋକମାନେ କେବଳ ସେଠାକୁ ଆସି ଭାତ ଓ ଆଳୁ ତରକାରୀ ରାନ୍ଧି ଖାଇଥିଲେ ଓ ଚାଲିଯାଇଥିଲେ। ସେମାନେ କୌଣସି ଜିନିଷ ଚୋରି କରିନଥିଲେ। ଭୋକ ବିକଳରେ ଲୋକମାନେ ଦୋକାନ ଭାଙ୍ଗି ପ୍ରବେଶ କରିଥିବାରୁ ମାଲିକ ତାଙ୍କ ବିରୋଧରେ କୌଣସି ଅଭିଯୋଗ କରିନଥିଲେ। ସୋସିଆଲ ମିଡିଆରେ ସେ ଏହି ଭିଡିଓ ଅପଲୋଡ କରିବା ପରେ ପୋଲିସ ଏନେଇ ଜାଣିବାକୁ ପାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.