ଟ୍ରେନ୍‌ ଲାଇନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ସମ୍ପର୍କୀୟ

ଢେଙ୍କାନାଳ(କେନ୍ୟୁଜ୍): ଟ୍ରେନ୍‌ ଲାଇନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଢେଙ୍କାନାଳ ଟାଉନ ଥାନା ଶ୍ୟାମାଚ଼ରଣପୁର ରେଳଷ୍ଟେସନ ନିକଟ ଟ୍ରେନ ଲାଇନ୍‌ ଉପରେ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକ ହେଲେ ଠାକୁରପାଳ ଗାଁର ବିଶ୍ୱଜିତ ପାଣିଗ୍ରାହୀ । ବିଶ୍ୱଜିତ୍‌କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ।

ତାଙ୍କୁ ହତ୍ୟା ପରେ ଟ୍ରେନ ଲାଇନରେ ଶୁଆଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ମୃତ ଯୁବକଙ୍କ ଭାଇ ଓ ମାମୁଁ। ବ୍ୟବେଚ୍ଛଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଘଟଣା ସ୍ଥଳରେ ରେଲୱେ ପୋଲିସ ଓ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.