ସୁକେଶ ଚନ୍ଦ୍ରଶେଖର ମାମଲାରେ ନୋରାଙ୍କୁ ୬ ଘଣ୍ଟା ଜେରା କଲା EOW, ପଚାରିଲା ୫୦ଟି ପ୍ରଶ୍ନ

ସୁକେଶ ଚନ୍ଦ୍ରଶେଖରଙ୍କ ମାମଲାରୁ ପରଦା ଉଠିବା ପରେ ଏବେ ଅଭିନେତ୍ରୀ ନୋରା ଫତେହୀଙ୍କ ଅଡୁଆ ବଢିବାରେ ଲାଗିଛି। EOW ନୋରାଙ୍କୁ ଆଜି ପଚରାଉଚରା ପାଇଁ ୬ ଘଣ୍ଟା ଜେରା କରିଛି। ପୂର୍ବରୁ ଏହି ମାମଲାରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢିଥିଲା। ତେବେ ଏଭଳି ପରିସ୍ଥିତିରେ ନୋରାଙ୍କୁ ପୁଣି ଥରେ ୨୦୦ କୋଟି ଠକେଇ ଅଭିଯୋଗରେ ତାଙ୍କୁ ପଚରାଉଚରା କରାଯାଇଥିଲା। ଏହି ୬ ଘଣ୍ଟା ମଧ୍ୟରେ ନୋରାଙ୍କୁ ୫୦ ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା।

ଏହି ମାମଲାରେ ପଚରାଉଚରା ପାଇଁ ନୋରାଙ୍କୁ ରୋଜ ମନ୍ଦିର ମାର୍ଗ ସ୍ଥିତEOW ଶାଖାକୁ ଡକାଯାଇଥିଲା। ନୋରା ଗତକାଲି ୧୧ ଟାରୁ ସନ୍ଧ୍ୟା ୬ ଯାଏଁ ଏଠାରେ ରହିଥିଲେ। ନୋରା ଅଫିସରଙ୍କ ସାମ୍ନାରେ ଏହି ମାମଲାରେ ନିଜର ବୟାନ ଦେଇଥିଲେ। ତେବେ ଆବଶ୍ୟକତା ପଡିଲେ ନୋରାଙ୍କୁ ପୁଣିଥରେ ଡକାଯିବ ବୋଲି ଖବର ମିଳିଛି।

ଶୁକ୍ରବାର ଦିନ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ଦ୍ୱାରା ନୋରା ଫତେହିଙ୍କୁ ପ୍ରାୟ ୬ ଘଣ୍ଟା ପଚରାଉଚରା କରାଯାଇଥିଲା। ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦କୋଟି ଠକେଇ ମାମଲାରେ ନୋରାଙ୍କୁ ଦିଲ୍ଲୀ କାର୍ଯ୍ୟାଳୟକୁ ଡକାଯାଇଥିଲା
ସୁକେଶଙ୍କ ଠାରୁ ମିଳିଥିବା ଉପହାର ବିଷୟରେ ପୋଲିସ ନୋରାଙ୍କୁ ବହୁତ ପ୍ରଶ୍ନ କରିଥିଲା । ଅଭିଯୁକ୍ତ ସୁକେଶ ଅଭିନେତ୍ରୀ ନୋରାଙ୍କୁ ମହଙ୍ଗା ଉପହାର ଦେଇଛନ୍ତି। ନୋରାଙ୍କୁ ସୁକେଶ ବିଳାସପୂର୍ଣ୍ଣ କାର ଉପହାର ଦେଇଛନ୍ତି। ତେବେ କେବଳ ଏତିକି ହିଁ ନୁହେଁ ଦରକାର ପଡିଲେ ଆହୁରି ଡକାଯାଇପାରେ। ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ ଆଉ କୌଣସି ବିବୃତ୍ତି ମିଳିନାହିଁ ।

ଏହି ମାମଲାରେ ଇଡି ଦାବି କରିଛନ୍ତି କି, ନୋରା ଫତେହୀଙ୍କୁ ସୁକେଶ ଏବଂ ତାଙ୍କ ପତ୍ନୀ ଲିନା ମୋରିୟା ପଲ୍‌ ଅନେକ ମହଙ୍ଗା ଉପହାର ଦେଇଛନ୍ତି। ଏହି ମାମଲାରେ ଇଡି ନୋରାଙ୍କୁ ପଚରାଉପଚରା କରିଥିଲା ଏବଂ ସାକ୍ଷୀ ଭାବେ ରଖିଥିଲା।

ସୂଚନାଯୋଗ୍ୟ, ସୁକେଶ ଚନ୍ଦ୍ରଶେଖରଙ୍କ ଅପରାଧ ଇତିହାସ ଜାଣିଥିଲେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ । ସବୁ ଜାଣି ଶୁଣି ଉପହାର ଓ ଟଙ୍କା ନେଉଥିଲେ । ୨୦୨୧ ଜାନୁଆରୀରୁ ଦିଲ୍ଲୀ ପୋଲିସ ଦ୍ୱାରା ଚନ୍ଦ୍ରଶେଖର ଗିରଫ ହେବା ପର୍ଯ୍ୟନ୍ତ ଟଙ୍କା ନେଉଥିଲେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ । ଇଡି ତାର ଚାର୍ଜସିଟ୍‌ରେ ଏହା ଉଲ୍ଲେଖ କରିଛି । ସୁକେଶ ଚନ୍ଦ୍ରଶେଖରଙ୍କ ଅପରାଧ କଥା ଆଦୌ ଜାଣି ନଥିଲେ ବୋଲି ପୂର୍ବରୁ ଦାବି କରିଥିଲେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ ।  ସୁକେଶ ଚନ୍ଦ୍ରଶେଖରଙ୍କ ଅପରାଧ ସାମ୍ରାଜ୍ୟ ସଂପର୍କରେ ଜ୍ୟାକଲିନ୍ ଭଲ ଭାବେ ଜ୍ଞାତ ଥିଲେ ବୋଲି ଇଡି କହିଥିଲା।  ଚନ୍ଦ୍ରଶେଖରଙ୍କ ଠାରୁ ଜ୍ୟାକଲିନ୍ ଯାହା ଯାହା ଉପହାର ନେଇଥିଲେ ସେସବୁ ଇଡିର ସବୁ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ଚନ୍ଦ୍ରଶେଖର ଜ୍ୟାକଲିନ୍ଙ୍କୁ ୭ କୋଟି ୧୨ ଲକ୍ଷ ଟଙ୍କା ଏବଂ ୫ କୋଟି ୭୧ ଲକ୍ଷ ଟଙ୍କାର ଗିଫ୍‌ଟ ଦେଇଥିବା ଇଡି କହିଛି।

ନୋରାଙ୍କ ଜନ୍ମ କାନାଡାରେ ହୋଇଥିଲା। ସେ ମୂଳ ରୂପେ କାନାଡିଆନ ମଡେଲ ଏବଂ ଅଭିନେତ୍ରୀ। ନୋରାଙ୍କ ମା’ ଭାରତୀୟ ବଂଶୋଦ୍ଭବ। ଭାରତ ଆସିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡିତ ଥିଲେ। ନୋରା ହିନ୍ଦୀ ଫିଲ୍ମ ଛଡା ତେଲୁଗୁ ଏବଂ ମାଲାୟଲମ ଫିଲ୍ମରେ କାମ କରିଛନ୍ତି। ଆଉ ନୋରା ନିଜର ଜବରଦସ୍ତ ଡ୍ୟାନ୍ସ ପାଇଁ ମଧ୍ୟ ବେଶ୍‌ ପରିଚିତ।

 

Also Read : ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ୭କୋଟି ୨୩ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କଲା ଇଡି, ଠକ ସୁକେଶ ଦେଇଥିଲା ଏସବୁ ସମ୍ପତ୍ତି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.