Below header

କେନ୍ଦ୍ରାପଡା : ଗତକାଲି କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡା : କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ମଣ୍ଡପଡା ଗାଁର ସଞ୍ଜୟ ପ୍ରଧାନ । ଗତକାଲି ପୋଖରୀରେ ଗାଧୋଉଥିବା ବେଳେ ସଞ୍ଜୟଙ୍କୁ କୁମ୍ଭୀର ଟାଣି ନେଇଥିଲା । ଗାଁଲୋକେ ସଞ୍ଜୟଙ୍କୁ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ । ତେବେ ଆଜି ସକାଳୁ ସଞ୍ଜୟଙ୍କ କ୍ଷତାକ୍ତ ମୃତଦେହ ହରିଜନ ସାହି ତୁଠରେ ଭାସୁଥିବାର ଦେଖି ଗାଁଲୋକେ ତାଙ୍କ ମୃତଦେହକୁ ପୋଖରୀ ତୁଠରୁ ବାହାରକୁ କାଢ଼ିଥିଲେ । ଗାଁଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ସଞ୍ଜୟଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.