ଢେଙ୍କାନାଳ ପୌରାଞ୍ଚଳର ଭାଗୀରଥି ସାଗର ନୂଆ ପୋଖରୀରେ ମାଛ ମଡକ

ଢେଙ୍କାନାଳ(କେନ୍ଯୁଜ୍): ଢେଙ୍କାନାଳ ପୌରାଞ୍ଚଳରେ ଥିବା ଭାଗୀରଥି ସାଗର ନୂଆ ପୋଖରୀରେ ମାଛ ମଡକ । ୧ କେଜିରୁ ୩ କେଜି ଓଜନର ମାଛ ମରିପଡ଼ିଥିବା ଦେଖିବାକୁ ମିଳିଥିଲା । ପୋଖରୀର ଦୂଷିତ ପାଣି ଯୋଗୁ ମାଛ ମଡ଼କ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଏହି ପୋଖରୀରେ ନିତ୍ୟ ବ୍ୟବହାର କରୁଥିବା ଲୋକଙ୍କ ଚିନ୍ତା ବଢିଛି । ତୁରନ୍ତ ପୌରପ୍ରଶାସନ ପୋଖରୀର ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ବସିନ୍ଦାମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.