ଆଜି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍‌, ୨୭ ଜିଲ୍ଲାର ୬୪ ବ୍ଲକର ୧୬୩ ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ମତଦାନ

ଭୁବନେଶ୍ବର(କେନ୍ଯୁଜ୍): ଆଜି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ । ୨୭ ଜିଲ୍ଲାର ୬୪ ବ୍ଲକର ୧୬୩ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍‌ ଗ୍ରହଣ ହେଉଛି । ୧୨୫୪ ପଞ୍ଚାୟତ ପ୍ରତିନିଧି ପାଇଁ ବି ନିଆଯାଉଛି ଭୋଟ୍‌ । ଏଥିପାଇଁ ମୋଟ୍‌ ୧୭ହଜାର ୮୯ ବୁଥ୍‌ କରାଯାଇଛି । ମୋଟ୍‌ ୫୧ ଲକ୍ଷ ୩୧ ହଜାର ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍‌ଗୁଡ଼ିକ ଉପରେ ରହିଛି ସ୍ୱତନ୍ତ୍ର ନଜର ।

ଚତୁର୍ଥ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୪ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟିଂ ହେଉଛି। ସେହିପରି ଗଞ୍ଜାମ ଜିଲ୍ଲାରେ ୧୨ ଜିଲ୍ଲା ପରିଷଦ ଆସନ, କଟକ ଓ କେନ୍ଦୁଝର ଜିଲ୍ଲାରେ ୯ଟି ଲେଖାଏ ଜିଲ୍ଲା ପରିଷଦ ଆସନରେ ମତଦାନ ହେଉଛି । ଅନୁଗୋଳ ଓ ବାଲେଶ୍ୱର ଜିଲ୍ଲାରେ ୭ଟି ଲେଖାଏ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି। ମାଲକାନଗିରି ଜିଲ୍ଲାର ନକ୍ସଲ ପ୍ରବଣ ଚିତ୍ରକୋଣ୍ଡାର କାଲିମେଳାରେ ମଧ୍ୟ ହେଉଛି ମତଦାନ । ଲାଲଗଡ଼ରେ ଶୃଙ୍ଖଳିତ ନିର୍ବାଚନ ଉପରେ ପୋଲିସର କଡ଼ା ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.