Below header

ମୁଣ୍ଡବିହୀନ ମୃତଦେହ ଉଦ୍ଧାର ମାମଲା: ମିଳୁଛି ଅଧିକ ତଥ୍ୟ, କନ୍ଧମାଳ କଳିଙ୍ଗାରୁ ମୃତ ପୁଷ୍ପଲତାଙ୍କ ସ୍କୁଟିକୁ ଉଦ୍ଧାର କଲା ପୋଲିସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ମାମଲାରେ ମିଳୁଛି ଅଧିକ ତଥ୍ୟ ପ୍ରମାଣ । ମୃତ ପୁଷ୍ପଲତାଙ୍କ ସ୍କୁଟିକୁ ଉଦ୍ଧାର କରିଛି ପୋଲିସ । କନ୍ଧମାଳ କଳିଙ୍ଗାରୁ ଜବତ କରାଯାଇଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ସେଠାରେ ସମ୍ପର୍କୀୟଙ୍କ ଘରେ ସ୍କୁଟିକୁ ଲୁଚାଇ ରଖିଥିଲା ।

ମହିଳାଙ୍କୁ ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ବୀଭତ୍ସ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଓ ତାର ସହଯୋଗୀ ଶ୍ରୀକାନ୍ତ ଓରଫ ଚନ୍ଦୁକୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ । ସେମାନଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇ ଜେରା ଚାଲିଛି । ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରି-କ୍ରିଏସନ୍‌ କରିଛି ପୋଲିସ । ଆଜି ସେମାନଙ୍କର ରିମାଣ୍ଡ ଅବଧିର ଶେଷ ଦିନ । ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ ମାରାଥନ୍‌ ଜେରା କରି ସତ ବାହାର କରୁଛି ଚନ୍ଦକା ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.