ବୌଦ୍ଧରେ ପହଞ୍ଚିଲା ତାମିଲନାଡୁରେ ମୃତ ଓଡ଼ିଆ କନଷ୍ଟେବଳଙ୍କ ପାର୍ଥିବ ଶରୀର

ବୌଦ୍ଧରେ ପହଞ୍ଚିଲା ତାମିଲନାଡୁରେ ମୃତ ଓଡ଼ିଆ କନଷ୍ଟେବଳଙ୍କ ପାର୍ଥିବ ଶରୀର। ତାମିଲନାଡୁରୁ ମୃତ କନଷ୍ଟେବଳ ପ୍ରମୋଦ କୁମାର ମାଝିଙ୍କ ପାର୍ଥିବ ଶରୀରକୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା।

ବୌଦ୍ଧ : ବୌଦ୍ଧରେ ପହଞ୍ଚିଲା ତାମିଲନାଡୁରେ ମୃତ ଓଡ଼ିଆ କନଷ୍ଟେବଳଙ୍କ ପାର୍ଥିବ ଶରୀର। ତାମିଲନାଡୁରୁ ମୃତ କନଷ୍ଟେବଳ ପ୍ରମୋଦ କୁମାର ମାଝିଙ୍କ ପାର୍ଥିବ ଶରୀରକୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା। ସେଠାରୁ ବୌଦ୍ଧ IRBN ବ୍ୟାଟାଲିଅନକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

ବାଟାଲିଅନ କମାଣ୍ଡାଣ୍ଟ ,ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ପ୍ରମୋଦ ମାଝିଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତାମିଲନାଡୁ ସାଧାରଣ ନିର୍ବାଚନ ପାଇଁ ସେ ତାମିଲନାଡୁ ଡ୍ୟୁଟିରେ ଯାଇଥିଲେ।

ଗତ ୪ ତାରିଖରେ ପ୍ରମୋଦ ଡ୍ୟୁଟିରେ ଥିବା ବେଳେ ଏକ ଗାଡି ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା।

You might also like