ଆସନ୍ତା ୧୧ ତାରିଖରେ ଓଡ଼ିଶାରେ ପାଳିତ ହେବ ଇଦ୍ ଉଲ୍ ଫିତର୍

ଆଜି ଚାନ୍ଦ ଦେଖା ନଯିବାରୁ ଆସନ୍ତା କାଲି ପାଳନ ହେବନାହିଁ ଇଦ୍ । ଏପ୍ରିଲ ୧୧ତାରିଖରେ ଇଦ ପାଳନ କରିବାକୁ ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟିର ନିଷ୍ପତ୍ତି ନେଇଛି।

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରେ ଓଡ଼ିଶାରେ ପାଳିତ ହେବ ଇଦ୍ ଉଲ୍ ଫିତର୍। ଆଜି ଚାନ୍ଦ ଦେଖା ନଯିବାରୁ ଆସନ୍ତା କାଲି ପାଳନ ହେବନାହିଁ ଇଦ୍ । ଏପ୍ରିଲ ୧୧ତାରିଖରେ ଇଦ ପାଳନ କରିବାକୁ ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟିର ନିଷ୍ପତ୍ତି ନେଇଛି।

ଇଦ ପାଳନ ପାଇଁ ଆଜି ଅଞ୍ଜୁମନ ଇସଲାମିଆ ଅହେଲେ ସୁନ୍ନତ ଓ ଜମାତ୍ ଓଡ଼ିଶା ର ଚାନ୍ଦ କମିଟି ପକ୍ଷରୁ ଆଜି ଏନେଇ ଏକ ବୈଠକ ବସିଥିଲା। ବୈଠକରେ ଆଲୋଚନା ପରେ ୧୧ରେ ଇଦ୍ ଉଲ ଫିତର ପାଳନ କରିବାକୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି। ମୁସଲିମ ଧର୍ମାବଲମ୍ବୀ ମାନେ ନିଷ୍ଠାର ସହ ମାସକ ବ୍ୟାପୀ ରୋଜା ରଖିଥିଲେ। ଉଦ ଉଲ ଫିତରରେ ରୋଜା ଶେଷ ହେବ ।

You might also like