ବିଦ୍ୟୁତ୍ ଆଘାତରେ ଦନ୍ତାହାତୀ ମୃତ୍ୟୁ ଘଟଣା, ୫ ଅଭିଯୁକ୍ତଙ୍କୁ ଗିରଫ

କେନ୍ଦୁଝରରେ ବିଦ୍ୟୁତ୍ ଆଘାତରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଦୋଷ ସ୍ୱୀକାର କରିଛନ୍ତି ଅଭିଯୁକ୍ତ । କେନ୍ଦୁଝର ତେଲକୋଇ ରେଞ୍ଜ ସଲେଇକେନାରେ ଦନ୍ତାହାତୀର ମୃତ୍ୟୁ ହୋଇଥିଲା ।

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝରରେ ବିଦ୍ୟୁତ୍ ଆଘାତରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଦୋଷ ସ୍ୱୀକାର କରିଛନ୍ତି ଅଭିଯୁକ୍ତ । କେନ୍ଦୁଝର ତେଲକୋଇ ରେଞ୍ଜ ସଲେଇକେନାରେ ଦନ୍ତାହାତୀର ମୃତ୍ୟୁ ହୋଇଥିଲା । ବେଆଇନ ଜମିରେ ବାରହା ଶିକାର ପାଇଁ ବିଛା ଯାଇଥିବା ତାର ଲାଗି ହାତୀର ମୃତ୍ୟୁ ହୋଇଥିଲା ।

ଘଟଣାସ୍ଥଳରୁ ବନ ବିଭାଗ ପକ୍ଷରୁ ଇଲେକ୍ଟ୍ରି ତାର ଓ ଖାଲି ବୋତଲ ଜବତ କରାଯାଇଛି ।ସମ୍ପୂର୍ଣ୍ଣ ଘଟଣାର କ୍ରାଇମ୍ ସିନ୍ ରିକ୍ରିଏଟ୍ କରାଯାଇଥିଲା । ଭୁବନେଶ୍ବରରୁ ଯାଇଥିବା ଜଏଣ୍ଟ ଟାସ୍କ ଫୋର୍ସ ଟିମ୍ ମୃତଦେହକୁ ଯାଞ୍ଚ କରି ହାତୀଟିର ମୃତ୍ୟୁ ବିଦ୍ୟୁତ ଆଘାତ ଯୋଗୁ ହୋଇଥିବା ନିଶ୍ଚିତ କରିଛି। ମୃତ ଦନ୍ତାହାତୀର ବୟସ ୪୦ ବର୍ଷ ହେବ ।

Leave A Reply

Your email address will not be published.