Airtel ଏବଂ Jio ପରେ VI ଲାଇଭ୍‌ କଲା 5G ସର୍ଭିସ, ମିଳିବ ହାଇ ସ୍ପିଡ୍ ଇଣ୍ଟରନେଟ

ଭୋଡାଫୋନ୍-ଆଇଡିଆ ୟୁଜର୍ସଙ୍କ ପାଇଁ ଆସିଛି ଏକ ଖୁସି ଖବର । କମ୍ପାନୀ ଏହାର 5G ସର୍ଭିସ ଆରମ୍ଭ କରିଛି । ୱେବସାଇଟ୍ ଅନୁଯାୟୀ ୟୁଜର୍ସମାନେ 5G ରେଡି ସିମ୍ ସାହାଯ୍ୟରେ ହାଇ ସ୍ପିଡ୍ ଇଣ୍ଟରନେଟକୁ ଆକ୍ସେସ୍‌ କରିପାରିବେ ।

ଭୋଡାଫୋନ୍-ଆଇଡିଆ ୟୁଜର୍ସଙ୍କ ପାଇଁ ଆସିଛି ଏକ ଖୁସି ଖବର । କମ୍ପାନୀ ଏହାର 5G ସର୍ଭିସ ଆରମ୍ଭ କରିଛି । ଏହି ସର୍ଭିସ ଦିଲ୍ଲୀ ଏବଂ ପୁନେର କିଛି ଅଞ୍ଚଳରେ ଆରମ୍ଭ କରାଯାଇଛି । ଏହି ସୂଚନା କମ୍ପାନୀର ଅଫିସିଆଲ୍ ୱେବସାଇଟରେ ଦିଆଯାଇଛି । କିନ୍ତୁ ଭୋଡାଫୋନ୍ ଆଇଡିଆ ତରଫରୁ ଏପର୍ଯ୍ୟନ୍ତ କୌଣସି ବୟାନ ଜାରି କରାଯାଇ ନାହିଁ । ୱେବସାଇଟ୍ ଅନୁଯାୟୀ ୟୁଜର୍ସମାନେ 5G ରେଡି ସିମ୍ ସାହାଯ୍ୟରେ ହାଇ ସ୍ପିଡ୍ ଇଣ୍ଟରନେଟକୁ ଆକ୍ସେସ୍‌ କରିପାରିବେ ।

ଭୋଡାଫୋନ୍ ଆଇଡିଆର ୟୁଜର୍ ବେସ୍ ଲଗାତାର ଭାବେ କମିବାରେ ଲାଗିଛି କାରଣ ଏୟାରଟେଲ୍ ଏବଂ ଜିଓ ତୁଳନାରେ କମ୍ପାନୀ 5G ସର୍ଭିସକୁ ଠିକ ସମୟରେ ଲଞ୍ଚ କରି ପାରି ନାହିଁ । TRAI ତଥ୍ୟ ଅନୁଯାୟୀ ଜୁଲାଇ ୨୦୨୩ରେ VI ସବସ୍କ୍ରାଇବର୍ସଙ୍କ ସଂଖ୍ୟା ୨୨.୮ କୋଟି ଥିଲା ଏବଂ ସେପ୍ଟେମ୍ବର ଶେଷ ତ୍ରୈମାସରେ କମ୍ପାନୀର ARPU ୧୪୨ ଟଙ୍କା ଥିବାବେଳେ ଏୟାରଟେଲର ଲିଡିଙ୍ଗ୍‌ ଇଣ୍ଡଷ୍ଟ୍ରିର ARPU ୨୦୩ ଟଙ୍କା ଥିଲା । ଭୋଡାଫୋନ୍ ଆଇଡିଆ ୟୁଜରଙ୍କୁ ଧରି ରଖିବା ପାଇଁ ସମସ୍ତ ଚେଷ୍ଟା କରୁଛି ଏବଂ କମ୍ପାନୀ ଅନେକ ପ୍ଲାନ୍ସ ଏବଂ ଅଫର ମଧ୍ୟ ଲଞ୍ଚ କରିଛି ।

ନିକଟରେ ଶେଷ ହୋଇଥିବା IMC୨୦୨୩ରେ, ଭୋଡାଫୋନ୍ ଆଇଡିଆ IoT, 5G, କ୍ଲାଉଡ୍ ସହିତ ଅନ୍ୟ ଟେକ୍ନୋଲୋଜିକୁ ଦେଖାଇଥିଲା ଯେଉଁଥିରେ Vi C-DOT IoT ଲ୍ୟାବ୍, ସ୍ମାର୍ଟ କନେକ୍ଟିଭିଟି ଟେଷ୍ଟ ବେଡ୍, Vi AirFiber, Vi ଗେମ୍ସ, କ୍ଲାଉଡ୍ ପ୍ଲେ, VR ଗେମ୍ସ ଏବଂ XR ଏଡେଟେକ୍ ଇତ୍ୟାଦି ସାମିଲ ହୋଇଛି । Vi ଦ୍ୱାରା ଦିଆଯାଉଥିବା ଏହି ସଲ୍ୟୁସନ୍‌ ଗୁଡ଼ିକ ମୁଖ୍ୟତଃ 5G ନେଟୱାର୍କ ଉପରେ ବେସଡ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.