ଆଠ ଦିନ ପରେ ମିଳିଲା କାଠଯୋଡି ନଦୀକୁ ଡେଇଁ ପଡିଥିବା ଦେବବ୍ରତଙ୍କ ମୃତଦେହ

କଟକ (କେନ୍ୟୁଜ୍) : ଆଠ ଦିନ ପରେ ମିଳିଲା ଦେବବ୍ରତଙ୍କ ମୃତ ଦେହ । ରହମ୍ବା ନିକଟ ଦେବୀ ନଦୀରୁ ମୃତଦେହ ଉଦ୍ଧାର କରାଯାଇଛି । ଗତ ବୁଧବାର ଦିନ ପତ୍ନୀ ଓ ପୁଅଙ୍କୁ ନେଇ ବାଇକରେ ଯାଉଥିବା ବେଳେ ପାରିବାରିକ କାରଣରୁ କାଠଯୋଡି ପୋଲ ଉପରେ ଗାଡ଼ି ରଖି ନଦୀକୁ ଡେଇଁ ପଡ଼ିଥିଲେ ଦେବବ୍ରତ । ସେବେଠାରୁ ତାଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଚାଲିଥିଲା। ସପ୍ତାହେ ଧରି ସର୍ଚ୍ଚ ଅପରେସନ ଚାଲିବା ପରେ ଆଜି ମୃତଦେହ ଠାବ କରାଯାଇଛି। ମୃତଦେହ ନିକଟରୁ ଦେବବ୍ରତଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ ହୋଇଛି। ଦେବବ୍ରତଙ୍କୁ ଓଡ୍ରାଫ ଟିମ, ଅଗ୍ନିଶମ ଟିମ ଓ ସ୍କୁବା ଡାଇଭର ପାଣି ଭିତରେ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର ପତ୍ତା ମିଳିନଥିଲା। ଦେବବ୍ରତଙ୍କ ଘର କଟକ ଜିଲ୍ଲା ନିଆଳିର କରଞ୍ଜ ଗାଁରେ। ପାରିବାରିକ କନ୍ଦଳରୁ ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଏଥିପାଇଁ ତାଙ୍କ ସ୍ତ୍ରୀ ଓ ଶ୍ୱଶୁର ଘର ଦାୟୀ ବୋଲି ଅଭିଯୋଗ କରିଥିଲେ ଦେବବ୍ରତଙ୍କ ପରିବାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.