Below header

ଓଡ଼ିଆ ସ୍ଥପତି ଅଦ୍ୱୈତ ଗଡ଼ନାୟକଙ୍କ କୃତିତ୍ୱ

ଭୁବନେଶ୍ବର(କେନ୍ଯୁଜ୍) : ଓଡ଼ିଆ ସ୍ଥପତି ଅଦ୍ୱୈତ ଗଡ଼ନାୟକଙ୍କ କୃତିତ୍ୱ । ଦିଲ୍ଲୀ ସ୍ଥିତ ନ୍ୟାସନାଲ ପୋଲିସ ମେମୋରିଆଲ ମ୍ୟୁଜିୟମ୍‌ର ଡିଜାଇନ୍‌ କରିଛନ୍ତି ସେ । ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଗତକାଲି ଜାତୀୟ ପୋଲିସ ସହିଦ ସ୍ମୃଦ୍ଧି ଦିବସରେ ଏହାକୁ ଲୋକାର୍ପିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍‌କୁ ବୁଲି ଦେଖିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ଗୃହ ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପୋଲିସ ମ୍ୟୁଜିୟମ୍‌କୁ ବୁଲି ଦେଖିଥିଲେ । ଅଦ୍ୱୈତ ଗଡ଼ନାୟକ ନ୍ୟାସନାଲ ଗ୍ୟାଲେରୀ ଅଫ୍‌ ମଡର୍ଣ୍ଣ ଆର୍ଟର ଡିଜି ଅଛନ୍ତି । ପୂର୍ବରୁ ସେ କିଟ୍‌ ସ୍କୁଲ ଅଫ୍‌ ସ୍କଲ୍‌ପ୍‌ଚରର ନିର୍ଦ୍ଦେଶକ ଥିଲେ ।

A2ସେହିପରି ମ୍ୟୁଜିୟମ୍‌ରେ ରହିଛି ଏକ ଫିଲ୍ମ ଗ୍ୟାଲେରୀ । ଏଥିରେ ସ୍ଥାନ ପାଇଛି ପାଓ୍ଵାରଫୁଲ ପୋଲିସ ଚରିତ୍ର ଥିବା କିଛି ଫିଲ୍ମର ପୋଷ୍ଟର । ଯେଉଁଥିରେ ରହିଛି ଖାକି, ସିଙ୍ଘମ୍‌, ଗଙ୍ଗାଜଲ୍‌ ଓ ସରଫରୋଶ ପରି ଫିଲ୍ମର ପୋଷ୍ଟର । କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ନିଜ ଟ୍ଵିଟର ପେଜ୍‌ରେ ଏପରି କିଛି ଫଟୋ ପୋଷ୍ଟ କରିଛନ୍ତି । ଦିଲ୍ଲୀ ବୁଲିବାକୁ ଗଲେ ପୋଲିସ ମ୍ୟୁଜିୟମ୍‌ ବୁଲିଯିବା ପାଇଁ କହିଛନ୍ତି ଅରୁଣ ବୋଥ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.