Below header

ମତେ Apache ଦରକାର . . . ପସନ୍ଦର ଗାଡି ନମିଳିବାରୁ ବିବାହ ପାଇଁ ଅରାଜି ହେଲା ପୁଅ, ଆଉ ତାପରେ କଣ ହେଲା ଦେଖନ୍ତୁ

ଯୌତୁକ ଗାଡି ପସନ୍ଦ ଆସିଲାନି । ତେଣୁ ବିବାହ ପାଇଁ ମନା କରିଦେଲା ବର । ଝିଅ ଘର ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ମାନିଲାନି ପୁଅ । ତାପରେ ଯାହା ହେଲା ଘଟିଲା ପାଲଟିଗଲା ଗଣମାଧ୍ୟମର ଖବର । ଅମାନିଆ ବର ପାଖରେ ଧର‌୍ୟ୍ୟ ହାରି ଶେଷରେ ଝିଅ ଘର ଲୋକ ପୁଅକୁ କଲେ ଲଣ୍ଡା । ଘଟଣାଟି ଘଟିଛି ଲକ୍ଷ୍ନୌର ଖୁର୍ମନଗରରେ ।

ସୂଚନା ଅନୁସାରେ, ଯୌତୁକ ବାବଦରେ ଆପାଚି ଗାଡି ଚାହୁଁଥିଲା ବର । ହେଲେ ଝିଅ ଘର ଦେଇଥିଲେ ପଲସର୍ । ଏହାକୁ ନେଇ ଅଡି ବସିଥିଲେ ପୁଅ ଏବଂ ତାର ଭାଇ । ଏହା ସହ ମାଗିଥିଲେ ଅଧିକ ଗହଣା । ଝିଅ ଘର ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ମାନିବାକୁ ନାରାଜ ଥିଲା ପୁଅ । ବରଂ ଧିୀରେ ଧୀରେ କରି ବଢାଇଚାଲିଥିଲା ଦାବି । ଏପରିକି ଦାବି ମୂତାବକ ଜିନିଷ ନମିଳିଲେ ବିବାହ ନକରିବାକୁ ସିଧା ସିଧା ମନା କରିଦେଇଥିଲା ବର ।

ତେବେ ପୁଅର ଏହି ଜିଦରେ ଅତିଷ୍ଠ ହୋଇ ପଡିଥିଲେ ଝିଅ ଘର । ଆଉ ବର ଏବଂ ତାର ସମ୍ପର୍କୀୟଙ୍କୁ ବନ୍ଧକ ବନାଇ ରଖିଦେଲେ । ଏହା ସହ ବର ସହ ଚାରି ଜଣଙ୍କୁ ଲଣ୍ଡା କରିଦେଇଥିଲେ । ମାମଲା ଅଧିକ ବିଗିଡିବାରୁ ବରପକ୍ଷର କିଛି ଲୋକ ଡାଏଲ୍ ୧୦୦ କୁ କଲ୍ କରି ସୂଚନା ଦେଇଥିଲେ । ଏହା ପରେ ପୋଲିସ୍ ଘଟଣା ସ୍ଥଳରେ ପହଂଚି ବନ୍ଧକମାନଙ୍କୁ ଉଦ୍ଧାର କରିଥିଲେ । ଏବେ ଏହି ଘଟଣା ପରେ ଉଭୟ ପୁଅ ଏବଂ ଝିଅ ବିବାହ ପାଇଁ ମନା କରିଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.