ହିରୋ ଲଞ୍ଚ କଲା Destini ୧୨୫ ସ୍କୁଟର, ହୋଣ୍ଡା ଆକ୍ଟିଭା ସହ ହେବ ଟକ୍କର

ନୂଆଦିଲ୍ଲୀ : ଭାରତୀୟ ମାକ୍ରେଟରେ ହିରୋ ମୋଟକୋର୍ପ ଏହାର ୧୨୫ସିସି ବିଶିଷ୍ଟ ନୂଆ ସ୍କୁଟର Destini ଲଞ୍ଚ କରିଛି। କମ୍ପାନି ଏହି ସ୍କୁଟରରେ ସାଇଟ ଷ୍ଟାଣ୍ଡ ଇଣ୍ଡିକେଟର, ସର୍ଭିସ୍ ରିମାଇଣ୍ଡର, ପାସ ସ୍କିଚ୍, ଏକ୍ସଟର୍ନଲ ଫ୍ଳୁଲ୍ ଫିଲିଂ ଭଳି ଫିଚର ସାମିଲ କରାଯାଇଛି। ଏହି ସ୍କୁଟରକୁ କମ୍ପାନି ଦୁଇଟି ନୂତନ ଭ୍ୟାରିଏଣ୍ଟରେ ଲଞ୍ଚ କରାଯାଇଛି। ଏହାର LXର ଏକ୍ସ ଶୋ ରୁମ୍ ମୂଲ୍ୟ ୫୪,୬୫୦ ଟଙ୍କା ରହିଥିବା ବେଳେ VXର ମୂଲ୍ୟ ୫୭,୫୦୦ ଟଙ୍କା ରହିଛି। ଆସନ୍ତୁ ଜାଣିବା ଆଉ କଣ ରହିଛି ଏହାର ଫିଚର।

hero 2

Destini ୧୨୫ରେ ୧୨୫ସିସିର ସିଙ୍ଗଲ ସିଲିଣ୍ଡର ଏୟାର କୁଲ୍ଡ ଇଞ୍ଜିନ ରହିଥିବା ବେଳେ ଏହାର ଟପ୍ ସ୍ପିଡ଼୍ ୮୫kmph ରହିଛି। ତେବେ କମ୍ପାନି ପ୍ରଥମ ଥର ପାଇଁ ସ୍କୁଟରରେ ଇନ୍ଧନ ଦକ୍ଷତା ବଢ଼ାଇବା ପାଇଁ ଆଇଡ଼ଲ-ଷ୍ଟାର୍ଡ଼-ଷ୍ଟାପ୍- ସିଷ୍ଟମ ଟେକ୍ନୋଲୋଜିକୁ ସାମିଲ କରାଯାଇଛି। ଯାହା ସ୍କୁଟରକୁ ଖାସ କରିଛି। ଏଥିରେ ଡ଼ିସ ବ୍ରେକର ବିକଳ୍ପ ରଖାଯାଇଥିବା ବେଳେ ଇଣ୍ଟିଗ୍ରେଟେଡ଼ ବ୍ରେକିଂ ସିଷ୍ଟମ(IBS) କୁ ସାମିଲ କରାଯାଇଛି।

କୁହାଯାଉଛି କି ଭାରତୀୟ ବଜାରରେ ହିରୋର ଏହି ସ୍କୁଟର ମୁକାବିଲା ହୋଣ୍ଡା ଆକ୍ଟିଭା ଏବଂ ଗ୍ରାର୍ଜିଆ, ଟିଭିଏସ ଏନଟ୍ରାକ ୧୨୫ ଏବଂ ସୁଜୁକୀ ବର୍ଗମେନ ଷ୍ଟୀଟ୍ ୧୨୫ ସହ ତୁଳନା କରାଯାଉଛି। Destini ୧୨୫କୁ ସର୍ବପ୍ରଥମେ ଚଳିତ ବର୍ଷ ଫେବ୍ଆରୀ ମାସରେ ଅଟୋ ଏକ୍ସପୋ ୨୦୧୮ ସମୟରେ ଲଞ୍ଚ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.