Below header

ଯେତେବେଳେ ଆପଣଙ୍କୁ ରାଗ ଆସୁଛି ସେତେବେଳେ ଏକ ଗଭୀର ନିଶ୍ବାସ ନିଅନ୍ତୁ , ଜାଣନ୍ତୁ କାହିଁକି?

ଯେବେ ବି ଆପଣଙ୍କୁ ରାଗ ଆସୁଛି ସେତେବେଳେ ଏକ ଗଭୀର ନିଶ୍ବାସ ନିଅନ୍ତୁ । ଯେତେବେଳେ ଆପଣ ଗଭୀର ନିଶ୍ବାସ ନେଉଛନ୍ତି, ତ ସେତେବେଳେ ମସ୍ତିଷ୍କର ଶିରାପ୍ରଶିରା ସିଧା ଶରୀରକୁ ସଙ୍କେତ ଦେଇଥାଏ କି, ମାଂସପେଶୀକୁ ଢିଲା ଛାଡିବା ଆଉ ଶାନ୍ତ କରିବା ପାଇଁ । ଭାବନାକୁ ଠିକ୍ ଦିଗରେ କାର୍ଯ୍ଯ କରାଇବା ଦ୍ବାରା ଶରୀରର ଗତିବିଧି ପ୍ରାୟତଃ ଉପଯୋଗୀ ସାବ୍ଯସ୍ତ ହୋଇଥାଏ । ଖ।ସକରି ଯଦି ଆପଣ ନିଜ ରାଗକୁ କଣ୍ଟ୍ରୋଲ କରିପାରୁନାହାନ୍ତି, ତେବେ ଆପଣ ନିହାତି ଭାବେ କିଛି ସକରାତ୍ମକ ଶାରୀରିକ ଗତିବିଧି ସହିତ    ଯୋଡିହୋଇଯାନ୍ତୁ ।

aଅପଣ ଆପଣଙ୍କ ରାଗ ଛଡା ବ୍ଯାୟାମ, ଜଗିଙ୍ଗ ଅଥବା କୌଣସି ଖେଳ ଖେଳି ଏହାକୁ କାବୁ କରିପାରିବେ । ଯେବେ ଆପଣଙ୍କୁ ରାଗ ଆସୁଛି ସେତେବେଳେ ଆପଣ ନିଜ ସହ କଥା ହୁଅନ୍ତୁ । ନିଜକୁ ନିଜେ କୁହନ୍ତୁ କି, ଏମିତି ବି କିଛି ବଡ କଥା ହୋଇନାହିଁ କି ଏଥିପାଇଁ ମୋତେ ଏତେ ରାଗ ଆସୁଛି ବୋଲି । ରାଗକୁ ନିଜଠାରୁ ଅଧିକ ଗୁରୁତ୍ବ ଦେଲେ ଆପଣ ଜୀବନରେ ବହୁତ କିଛି ହରେଇଦେବେ । ଆପଣଙ୍କ ନାମ,ସମ୍ମାନ,ସାଙ୍ଗସାଥୀ ବହୁତ କିଛି ଏହି ରାଗ ରୂପକ ଅଗ୍ନିରେ ସ୍ବାହା ହୋଇଯିବ ।

zzରାଗ ସମୟରେ ଆପଣଙ୍କୁ କୁହାଯାଉଥିବା ଭଲ କଥା ମଧ୍ଯ ଆପଣଙ୍କ ଉପରେ କିଛି ପ୍ରଭାବ ପକାଇପାରିନଥାଏ । ପ୍ରାୟତଃ ଲୋକେ ନିଜର କ୍ରୋଧକୁ ଦମନ କରିନ୍ତି ଦହନ ନୁହେଁ ।  ନିଜର ରାଗର ସାମ୍ନା କରିବାରେ କିଛି ବ୍ଯକ୍ତି ନିଜକୁ ବଞ୍ଚାଇବାକୁ ଚାହାନ୍ତି । ଏହା ଦ୍ବାରା କ୍ରୋଧ ସମାପ୍ତ ହେବା ବଦଳରେ ଅଧିକ ବଢିଯାଇଥାଏ । ଯାହାଦ୍ବାରା ଆପଣଙ୍କ ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ । angry-womanତେବେ ରାଗ ଆସୁଥିବା ସମୟରେ ଆପଣ ଆପଣଙ୍କ ଧ୍ଯାନକୁ ଏଡାଇଦିଅନ୍ତୁ । ଏହାଦ୍ବାରା ଆପଣଙ୍କୁ ଶାନ୍ତି ଅନୁଭବ ହେବ ଏବଂ ଆପଣଙ୍କ ଭାବନାକୁ ଏକ ସକରାତ୍ମକ ରୂପ ମିଳିବ । ପ୍ରତିଦିନ ସକାଳେ କେବଳ ୨୦ ମିନିଟ୍ ଧ୍ଯାନ କରନ୍ତୁ । ଧ୍ଯାନ କରିବା ଦ୍ବାରା ସାରା ଦିନ ଭଲ ଯାଇଥାଏ । ରାଗକୁ ଦୂର କରିବା ପାଇଁ ସଙ୍ଗିତ ମଧ୍ଯ ବହୁତ ଫାଇଦା ପ୍ରଦାନ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.