Below header

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହେବେ ନାହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ : ପି. ଚିଦାମ୍ବରମ୍‌

ଦିଲ୍ଲୀ(କେନ୍ଯୁଜ୍) : ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନାହିଁ । ରାହୁଲ ଗାନ୍ଧି କିମ୍ବା ଅନ୍ୟ କୌଣସି ବରିଷ୍ଠ ନେତାଙ୍କୁ କଂଗ୍ରେସ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବ ନାହିଁ । ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ଏହି ସୂଚନା ଦେଇଛନ୍ତି । କହିଛନ୍ତି, ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଞ୍ଚଳିକ ଦଳ ମାନଙ୍କ ସହ ମିଶି ଏକ ମହାମେଣ୍ଟ କରିବାକୁ ଚେଷ୍ଟା ଚାଲିଛି । ଏହାର ନେତୃତ୍ୱ ନେବ କଂଗ୍ରେସ । ତେବେ ରାହୁଲ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀତ୍ୱକୁ ନେଇ କିଛି ସହଯୋଗୀ ଦଳଙ୍କ ମଧ୍ୟରେ ନକରାତ୍ମକ ପ୍ରତିକ୍ରିୟା ମିଳୁଛି ।

PMଚିଦାମ୍ବରମ୍‌ କହିଛନ୍ତି ଯେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବେ ବୋଲି କଂଗ୍ରେସ କେବେ ବି କହି ନାହିଁ । କେନ୍ଦ୍ରରୁ ବିଜେପି ସରକାର ହଟାଇବା କଂଗ୍ରେସର ମୁଖ୍ୟ ଲକ୍ଷ୍ୟ । ବିଜେପି ସ୍ଥାନରେ ଏପରି ଜଣେ ପ୍ରଧାନମନ୍ତ୍ରୀ ହୁଅନ୍ତୁ । ଯିଏ ଦେଶକୁ ପ୍ରଗତି ପଥରେ ନେଇପାରିବ ଓ ଲୋକଙ୍କ ସ୍ୱତନ୍ତ୍ରତାକୁ ସମ୍ମାନ ଦେଇପାରିବ । ଟ୍ୟାକ୍ସକୁ ଆତଙ୍କବାଦରେ ସାମିଲ କରିବ ନାହିଁ, ମହିଳା ଓ ଶିଶୁଙ୍କୁ ସୁରକ୍ଷା ପ୍ରଦାନ ଓ କୃଷକଙ୍କ ସ୍ୱାର୍ଥ ପାଇଁ କାମ କରୁଥିବା ପ୍ରଧାନମନ୍ତ୍ରୀ ଆବଶ୍ୟକ ବୋଲି ଚିଦାମ୍ବରମ୍‌ କହିଛନ୍ତି । ତେବେ ନିର୍ବାଚନ ଫଳାଫଳ ଆସବା ପରେ ୟୁପିଏ ପ୍ରଧାନମନ୍ତ୍ରୀଙ୍କ ନାଁ ଚୟନ କରିବ ବୋଲି ଚିଦାମ୍ବରମ ସ୍ପଷ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.