Below header

ପୁଣି କ୍ରିକେଟକୁ ଫେରିଲା ମ୍ୟାଚଫିକ୍ସିଂ ଅଭିଯୋଗ : ୨୬ଟି ମ୍ୟାଚରେ ହୋଇଥିଲା ସ୍ପଟ୍ ଫିକ୍ସିଂ

ମୁମ୍ବାଇ : ଷ୍ଟିଙ୍ଗ ଅପରେସନରୁ ଧରାପଡ଼ିଛି ମ୍ୟାଚ୍ ଫିକ୍ସିଂ । ଏହାର ପର୍ଦ୍ଦାଫାସ୍ କରିଛି ଅଲଜଜିରା ଟିଭିର ଏକ ଡକୁମେଣ୍ଟାରୀ । ଏହାର ଟାଇଟଲ୍ ରହିଛି ‘କ୍ରିକେଟ୍ସ ମ୍ୟାଚ୍ ଫିକ୍ସର : ଦି ମୁନାୱର ଫାଇଲ୍ସ’ । କୁଖ୍ୟାତ ମ୍ୟାଚ୍ ଫିକ୍ସର ଅନୀଲ ମୁନାୱର ଏସବୁ ସ୍ପଟ୍ ଫିକ୍ସିଂ କରିଥିଲା । ଯାହାକୁ ଆଇସିସି ମଧ୍ୟ ଚିହ୍ନଟ କରିଛି । ରବିବାର ଦିନ ଅଲଜଜିରା ଟିଭି ଏହି ଡକୁମେଣ୍ଟାରୀକୁ ପ୍ରଦର୍ଶିତ କରିଛି ।

MATCHFIXING_2

ଇଂଲଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ ଖେଳାଳି ସାମିଲ

୨୦୧୧ରୁ ୨୦୧୨ ଭିତରେ ୨୬ଟି ସ୍ପଟ୍ ଫିକ୍ସିଂ ଧରାପଡ଼ିଛି । ଏଥିରେ ରହିଛି ୬ଟି ଟେଷ୍ଟ, ୬ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଏବଂ ୩ଟି ବିଶ୍ବ ଟି-ଟ୍ବେଣ୍ଟି ମ୍ୟାଚ୍ । ଅଲଜଜିରା ଟିଭିର ଦାବି ଅନୁସାରେ ୭ଟି ମ୍ୟାଚରେ ଇଂଲଣ୍ଡ ଖେଳାଳି, ୫ଟି ମ୍ୟାଚରେ ଅଷ୍ଟ୍ରେଲିଆ ଖେଳାଳି, ୩ଟି ମ୍ୟାଚରେ ପାକିସ୍ତାନ ଖେଳାଳି ଓ ଗୋଟିଏ ଲେଖାଏଁ ମ୍ୟାଚରେ ଅନ୍ୟ ଦେଶର ଖେଳାଳି ସ୍ପଟ୍ ଫିକ୍ସିଂରେ ସାମିଲ ଅଛନ୍ତି ।

ANIL-1

ସ୍ପଟ୍ ଫିକ୍ସର ଅନୀଲ ମୁନାଓ୍ୱର

୨୦୧୧ରେ ଭାରତ-ଇଂଲଣ୍ଡ ଲର୍ଡସ ଟେଷ୍ଟ, ସେହି ବର୍ଷ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ କେପ୍ ଟାଉନ୍ ଟେଷ୍ଟ, ୨୦୧୧ ବିଶ୍ବ କପର ୫ଟି ମ୍ୟାଚ୍ ମଧ୍ୟ ଏବେ ସନ୍ଦେହ ଘେରରେ ରହିଛି । ୨୦୧୨ରେ ସାଉଦି ଆରବରେ ଖେଳାଯାଇଥିବା ପାକିସ୍ତାନ-ଇଂଲଣ୍ଡ ମଧ୍ୟର ୩ଟି ଟେଷ୍ଟ ଉପରେ ମଧ୍ୟ ସ୍ପଟ୍ ଫିକ୍ସିଂର କଳା ବାଦଲ ଛାଇ ରହିଛି । ମୋଟ ୨୬ଟି ମ୍ୟାଚ ମଧ୍ୟରୁ ୨୫ଟି ମ୍ୟାଚର ଫଳାଫଳ କଣ ହେବ ତାହା ମୁନାୱର ଆଗୁଆ ଘୋଷଣା କରିଥିଲେ ।

MATCHFIXING_6

ଏହି ଡକୁମେଣ୍ଟାରୀରେ ମୁନାୱର ଓ ଦୀନେଶ ଖମ୍ବାଟ ଭିତରେ ଫିକ୍ସିଂକୁ ନେଇ କଥାବାର୍ତ୍ତାର ରେକର୍ଡିଂ ରହିଛି । ଦୀନେଶ ଖମ୍ବାଟ ହେଉଛି ମୁଖ୍ୟାତ ବୁକମେକର ଦୀନେଶ କାଲଗିର ସହଯୋଗୀ । ଅହମଦାବାଦର କାଲଗିର ୨୦୧୪ରେ ମୃତ୍ୟୁ ହୋଇଯାଇଛି । ପୁଣି ପାକିସ୍ତାନ ଖେଳାଳି ଉମର ଆକମଲ ଜଣେ ଡି-କମ୍ପାନୀ ସଦସ୍ୟକୁ ହୋଟେଲ ଲବିରେ ଭେଟିଥିବାର ଫଟୋ ରହିଛି । ଆକମଲ ତାଙ୍କଠାରୁ ଏକ ବ୍ୟାଗ ନେଉଥିବାର ଫଟୋ ମଧ୍ୟ ରହିଛି । ଗତ ଜୁନ୍ ମାସରେ ଆକମଲ ପାକ୍ କ୍ରିକେଟ୍ ବୋର୍ଡ଼ ଆଗରେ ତାଙ୍କ ସ୍ପଟ୍ ଫିକ୍ସିଂ ପାଇଁ ବିପୁଳ ଅର୍ଥ ଯଚା ଯାଇଥିବା ସ୍ବୀକାର କରିଥିଲେ ।

MATCHFIXING

ଆଇସିସିକୁ ମିଳୁନି ଫୁଟେଜ୍

ତେବେ ମୁନାୱରଙ୍କ ସମ୍ପର୍କରେ ଆଇସିସି ଜାଣି ନାହିଁ ଏବଂ ଅନ୍ୟ ବୁକିମାନଙ୍କୁ ଚିହ୍ନଟ କରିଥିଲେ ମଧ୍ୟ ମୁନାୱରଙ୍କୁ ଠାବ କରି ପାରିନାହିଁ ବୋଲି କହିଥିଲା । ତେବେ ଅଲଜଜିରା ଟିଭିର ଦାବି ହେଉଛି ଆଇସିସି ମୁନାୱରଙ୍କୁ ଗତ ୮ ବର୍ଷ ହେଲା ଜାଣିଛି । ତେବେ ଗତ ଏସିଅ କପ୍ ବେଳେ ଆଇସିସି ଅଲଜଜିରା ଠାରୁ ଷ୍ଟିଙ୍ଗ ଅପରେସନର ମୂଳ ଭିଡିଓ ଫୁଟେଜ୍ ମାଗିଥିଲା । କିନ୍ତୁ ଅଲଜଜିରା ଏହାକୁ ଦେବାକୁ ମନା କରି ଦେଇଥିଲା  । ଅନ୍ୟପଟେ ଏହି ଡକୁମେଣ୍ଟାରୀରେ ଯେଉଁ ଭିଜୁଆଲ ଦିଆଯାଇଛି ତାହାକୁ ଏଡିଟ୍ କରାଯାଇଥିବା ଆଇସିସି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.