ଯାଜପୁର ବ୍ରାହ୍ମଣୀ ନଦୀର ତିନିମୁହାଣୀ ଘାଟରେ ବୁଡି ୨ ନାବାଳକ ମୃତ

ଯାଜପୁର(କେନ୍ଯୁଜ୍) : ଯାଜପୁର ଜିଲ୍ଲା ବରୀ ବ୍ଳକ୍ ବ୍ରାହ୍ମଣୀ ନଦୀର ତିନିମୁହାଣୀ ଘାଟରେ ଗାଧୋଉଥିବାବେଳେ ବୁଡିଯାଇ ଦୁଇ ଜଣଙ୍କର ମୃତ୍ଯୁ ଘଟିଛି । ଉଭୟଙ୍କ ଘର ସାହୁପଡା ଗ୍ରାମରେ ହୋଇଥିବାବେଳେ ଦୁହେଁ ନବମ ଶ୍ରେଣୀରେ ପାଠ ପଢୁଥିଲେ । ଆଜି ୫ଜଣ ସାଙ୍ଗ ଗାଧୋଉଥିବାବେଳେ ୨ଜଣ ନିଖୋଜ ହୋଇଯାଇଥିଲେ ।

deadଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ପ୍ରଥମେ ରାହୁଲ ବାରିକ ନାମକ ଜଣେ ବାଳକଙ୍କୁ ଉଦ୍ଧାର କରିଥିଲା । କିଛି ସମୟ ଖୋଜାଖୋଜି ପରେ ଅନ୍ଯ ଜଣେ ବାଳକ କାର୍ତ୍ତୀକ ବାରିକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.