Below header

ଚାନ୍ଦବାଲିରେ ଥିବା ନାବିକ ପ୍ରଶିକ୍ଷଣ କେନ୍ଦ୍ରରେ ଡିଜି ସିପିଙ୍ଗକୁ ଅନୁମୋଦନ ଦାବି

ଚାନ୍ଦବାଲି: ଐତିହାସିକ ପ୍ରାଚୀନ ବନ୍ଦର ନଗରୀ ସହର ଚାନ୍ଦବାଲିର ନୌବାଣିଜ୍ଯ ପରମ୍ପରା ବହୁ ପୂରାତନ । ତାହାସହ ଚାନ୍ଦବାଲିରେ ଥିବା ନାବିକ ପ୍ରଶିକ୍ଷଣ କେନ୍ଦ୍ରକୁ ପୁରିସାରିଲାଣି ୪୧ବର୍ଷ । ହେଲେ ସରକାରଙ୍କ ତରଫରୁ ଡିଜି ସିପିଙ୍ଗ୍କୁ ଏପର୍ଯ୍ୟନ୍ତ ଅନୁମୋଦନ ମିଳିପାରିନାହିଁ । ତେଣୁ ଆମ ପରମ୍ପରା ତରଫରୁ ଡିଜି ସିପିଙ୍ଗ୍ କୁ ଅନୁମୋଦନ ସହ ଚାନ୍ଦବାଲି ଭିତରକନିକାର ପ୍ରବେଶ ପଥ ହୋଇଥିବାରୁ ଏଠାରେ ମେରିଟାଇମ ବୋର୍ଡ କର୍ପୋରେଟ ଅଫିସ ସହ ନୌବାଣିଜ୍ଯ ସଂଗ୍ରହାଳୟ ପ୍ରତିଷ୍ଠା କରିବାକୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବି କରାଯାଇଛି ।

ସରକାର ତୁରନ୍ତ ଏହି ଦାବି ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି ଆମ ପରମ୍ପରାର ସଦସ୍ୟମାନେ । ତେବେ ଚାନ୍ଦବାଲିରେ ଭିତ୍ତିଭୂମୀ ଅଛି, ଯଦି ଏହି ଦାବି ପୂରଣ ହୁଏ ତାହା  ହେଲେ ହଜାର ହଜାର ବେକାର ଯୁବକ ଯୁବତୀ ନିଯୁକ୍ତି ପାଇପାରିବେ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.