ଭିଜିଲାନ୍ସ ଜାଲରେ ଚିକିଟି ମହାବିଦ୍ୟାଳୟର ପ୍ରାଣୀ ବିଭାଗର ଡେମନଷ୍ଟ୍ରେଟର ଏବଂ ଅନୁଗୁଳ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କିରାଣୀ

ବ୍ରହ୍ମପୁର/ଅନୁଗୁଳ: ଭିଜିଲାନ୍ସ ଜାଲରେ ଡେମନଷ୍ଟ୍ରେଟର। ଚିକିଟି ମହାବିଦ୍ୟାଳୟର ପ୍ରାଣୀ ବିଭାଗର ଡେମନଷ୍ଟ୍ରେଟର କୈଳାସ ଚନ୍ଦ୍ର ମହାନ୍ତିଙ୍କ ଘରେ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି। ୬ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ବିଭାଗ।କୈଳାସ ଚନ୍ଦ୍ର ମହାନ୍ତିଙ୍କ ବାସଭବବନ ସହ ବ୍ରହ୍ମପୁର ଶ୍ରୀ ଟାୱାରରେ ଥିବା ଆପାର୍ଟମେଣ୍ଟ, କଲେଜ ସହ ଭୁବନେଶ୍ୱରରେ ବି ଚଢାଉ କରୁଛି ଟିମ୍।
ଅନ୍ଯପଟେ ଭିଜିଲାନ୍ସ ଜାଲରେ ଅନୁଗୁଳ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କିରାଣୀ। ତାଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ସବ ଡିଭିଜନ କାର୍ଯ୍ୟାଳୟର କିରାଣୀ ରୋହିତେଶ୍ୱ ବାଗଙ୍କ ଘରେ ଚଡାଉ କରାଯାଉଛି। ଭିଜିଲାନ୍ସ କଟକ ଡିଭିଜନର ଅଧିକାରୀମାନେ ଏକକାଳୀନ ୭ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି।
ଅନୁଗୁଳ ସରକାରୀ ବାସଭବନ, କାର୍ଯ୍ୟାଳୟ, ପୈତୃକ ଘର ଓ ନୂଆସାହି ଆଠମଲ୍ଲିକ ଆଦି ସଥାନରେ ଚଡାଉ ଚାଲିଛି। ବୌଦ୍ଧ ରେ ତିବା ଏକ ପାଣି ବଟଲିଂ କାରଖାନା ଓ ଆଠମଲ୍ଲିକରେ ଥିବା କୁକୁଡା ଫାର୍ମରେ ମଧ୍ୟ ରେଡ୍ କରାଯାଉଛି।