ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜ ହାତର ଯାଦୁ ଦେଖାଇ ଗଢ଼ିଛନ୍ତି ୧୫ ଫୁଟର ମୂର୍ତ୍ତି, କମାଲ ଦେଖି ଲୋକେ ଆଶ୍ଚର୍ଯ୍ୟ

କଟକ ତୁଳସୀପୁର ଅଞ୍ଚଳରେ ଗଢା ହୋଇଥିବା ୧୫ ଫୁଟର ମୂର୍ତ୍ତି ଏବେ ପାଲଟିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ଏଠାରେ ମୂର୍ତ୍ତିଟିକୁ ଆକାର ଦେଇଛନ୍ତି କିଛି ଦିବ୍ୟାଙ୍ଗ କାରିଗର। ଦିବ୍ୟାଙ୍ଗ ହୋଇ ମଧ୍ୟ କମାଲ ଦେଖାଇଛି ସେମାନଙ୍କ କାରିଗର ବିଦ୍ୟା ।

ଗଣେଶ ପୂଜା ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଗାଁ ରୁ ସହର । ସୁନ୍ଦର ମୂର୍ତ୍ତି ଗଢ଼ିବାରେ କାରିଗର ବହୁତ ପରିଶ୍ରମ କରୁଛନ୍ତି। ସାଧରଣ କାରିଗରମାନେ ତ ମୂର୍ତ୍ତି ଗଢ଼ନ୍ତି ଆପଣମାନେ ଜାଣିଥିବେ । କିନ୍ତୁ କିଛି ଦିବ୍ୟାଙ୍ଗ କାରିଗର ନିଜ ହାତର ଯାଦୁ ଦେଖାଇଛନ୍ତି ଗଣେଶ ମୂର୍ତ୍ତିରେ । ପ୍ରତିଥର ପରି ଏଥର ମଧ୍ୟ ଗଣେଶ ପୂଜାରେ ସବୁଆଡେ ଭଳିକି ଭଳି ମେଢ଼ ଦେଖିବାକୁ ମିଳିବ । ମୂର୍ତ୍ତିକୁ ଆର୍ଷଣୀୟ କରିବା ପାଇଁ କାରିଗରମାନେ ବହୁତ ପରିଶ୍ରମ କରୁଛନ୍ତି । ଏହି ସୁନ୍ଦର ସୁନ୍ଦର ମୂର୍ତ୍ତିକୁ ଦେଖିବା ପାଇଁ ପୂଜା ମଣ୍ଡପରେ ଲୋକଙ୍କ ଭିଡ଼ ଜମେ । ତେବେ ଗଣେଶ ପୂଜା ପାଇଁ ସଜେଇ ହେଲାଣି କଟକ ସହର । ସହରର ଗଳିକନ୍ଦିରେ ଶୋଭା ପାଇବ ଭଳିକି ଭଳି ଛୋଟ ବଡ ଗଣେଶ ମୂର୍ତ୍ତି ।

ଏହି କ୍ରମରେ କଟକ ତୁଳସୀପୁର ଅଞ୍ଚଳରେ ଗଢା ହୋଇଥିବା ୧୫ ଫୁଟର ମୂର୍ତ୍ତି ଏବେ ପାଲଟିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ଏଠାରେ ମୂର୍ତ୍ତିଟିକୁ ଆକାର ଦେଇଛନ୍ତି କିଛି ଦିବ୍ୟାଙ୍ଗ କାରିଗର। ଦିବ୍ୟାଙ୍ଗ ହୋଇ ମଧ୍ୟ କମାଲ ଦେଖାଇଛି ସେମାନଙ୍କ କାରିଗର ବିଦ୍ୟା । ସେମାନେ କଥା କହିପାରୁ ନାହଁନ୍ତି ସତ, କିନ୍ତୁ ସେମାନଙ୍କ ମୂର୍ତ୍ତି ତାଙ୍କ କଥା କହୁଛି ।ଦିବ୍ୟାଙ୍ଗ କାରିଗରମାନଙ୍କ ଭାବ, ଆବେଗ ସବୁ ଏହି ମୂର୍ତ୍ତିରେ ଦେଖାଯାଉଛି । ସେମାନଙ୍କ କାରିଗରି ବିଦ୍ୟାରେ ଗଣେଶଙ୍କ ମୂର୍ତ୍ତି ଏଠି ଜୀବନ୍ତ ହୋଇଉଠିଛି । ସେମାନଙ୍କ ତୂଳିରୁ ଗଢାହୋଇଛି ଆଖି ଝଲସି ଉଠିଲା ଭଳି ଆର୍କଷଣୀୟ ମୂର୍ତ୍ତିଟିଏ ।

କାରିଗରଙ୍କ ହାତ ସ୍ପର୍ଶରେ ଗଢ଼ାଯାଇଛି ଏହି ସୁନ୍ଦର ମୂର୍ତ୍ତି । ମନ ଧ୍ୟାନ ଲଗାଇ ଗଢ଼ୁଛନ୍ତି ଏହି ସୁନ୍ଦର ମୂର୍ତ୍ତି । ମୂର୍ତ୍ତିଟି ଦେଖିବାକୁ ଯେତିକି ସୂନ୍ଦର ସେତିକି ମନୋରମ ମଧ୍ୟ । ସୁନ୍ଦର କାରୁକାର୍ଯ୍ୟରେ ନିର୍ମାଣ କରାଯାଇଥିବା ମୂର୍ତ୍ତିଟି ସମସ୍ତଙ୍କ ମନ କିଣୁଛି । ମୂର୍ତ୍ତିଟି ଏତେ ମନୋଲଭା ହୋଇଛି ଯେ ଦେଖିବା ଲୋକ କାରିଗରମାନଙ୍କ ତାରିଫ ନକରି ରହିପାରୁନାହଁନ୍ତି । ଆଖପାଖ ଅଞ୍ଚଳରେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ଦିବ୍ୟାଙ୍ଗଙ୍କ ଏହି କାରିଗରୀ ଜ୍ଞାନ କୌଶଳ। ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଏହି କାରିଗରମାନେ ମୂର୍ତ୍ତି ତିଆରି କରି ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ଯାହା ରୋଜଗାର କରୁଛନ୍ତି ସେଥିରେ ପରିବାର ଚଳାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.