ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ବଲିଉଡ ସେଲିବ୍ରିଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମଦିନରେ ବଲିଉଡ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି । କଙ୍ଗନାଙ୍କ ଠାରୁ ଆରମ୍ଭ କରି କମଲ ହାସନ ପର୍ଯ୍ୟନ୍ତ ପୋଷ୍ଟ କରି ଶୁଭେଚ୍ଛା ଦେଇଛନ୍ତି । ଦୀର୍ଘ ୫ ବର୍ଷ ପରେ ମୋଦି ଜନ୍ମଦିନ ସେଲିବ୍ରେସନ କରୁଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୩ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ସମଗ୍ର ଦେଶରୁ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ମିଳୁଛି । ବଲିଉଡ ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଉଛନ୍ତି । କଙ୍ଗନା ରଣାଓ୍ଵତ, ଅନୁପମ ଖେର, ପରେଶ ରାଓ୍ଵଲ, ଟାଇଗର ଶ୍ରଫ ଏବଂ ରିତେଶ ଦେଶମୁଖ ସହିତ ଅନେକ କଳାକାର ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମୋଦି । ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ କାର୍ଯ୍ୟ କରିବାରେ ମୋଦି ହେଉଛନ୍ତି ପ୍ରଥମ । ୨୦୦୧ରୁ ୨୦୧୪ ଯାଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ ସେ କାର୍ଯ୍ୟ କରିଛନ୍ତି ।

ଦେଖନ୍ତୁ କିଏ କ’ଣ ଲେଖି ଜଣାଇଛନ୍ତି ଶୁଭେଚ୍ଛା :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.