Below header

ଦେବଗଡ : ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ସନ୍ଦେହରେ ସ୍ତ୍ରୀ ଓ ପୁଅ ସମେତ ୫ ଜଣଙ୍କୁ ଥାନାରେ ଅଟକ

ଦେବଗଡ (କେନ୍ୟୁଜ): ଦେବଗଡ ଥାନା ବସାଲୋଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ କାଲକାଠ ଗ୍ରାମ କିସାନ ସାହିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ମୃତକ କିସାନ ସାହିର ହୃଦାନନ୍ଦ କିସାନ ବୋଲି ଜଣାପଡିଛି । ଗତ କାଲି ରାତିରେ ହତ୍ୟା କାଣ୍ଡ ଘଟିଥିବା ସୂଚନା ମିଳିଛି। ଘର ଭିତରେ ମୃତ ଦେହ ପଡି ଥିବାରୁ ପରିବାର ଲୋକଙ୍କ ସମ୍ପୃକ୍ତି ସନ୍ଦେହ ରେ ମୃତକଙ୍କ ସ୍ତ୍ରୀ ଉପାସି, ସାନ ପୁଅ ପିଣ୍ଟୁ ସମେତ ୫ ଜଣକୁ ଦେବଗଡ଼ ପୁଲିସ ଅଟକ ରଖିଥିବା ଜଣାପଡିଛି ।

ମୃତକ ହୃଦାନନ୍ଦଙ୍କ ପୁଅ ମିଟୁ କିସାନଙ୍କ ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ହତ୍ୟା କାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିବା ସହ ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ଘଟଣା ସ୍ଥଳରେ ଖୋଦ ଏସପି ପ୍ରମୋଦ କୁମାର ରଥ, ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ହତ୍ୟା କାଣ୍ଡର କାରଣ ଓ ଅଭିଯୁକ୍ତ ଙ୍କ ସମ୍ପର୍କରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଏସପି ଶ୍ରୀ ରଥ ସୁଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.