ପାକିସ୍ତାନରେ ମାରୁତି ବ୍ରିଜା କାର ମୂଲ୍ୟ ୬୬ ଲକ୍ଷ ଟଙ୍କା,ଖୁବ ବିକ୍ରି ହୋଇଥାଏ ଏହି ୫ ଭାରତୀୟ କାର

ନୂଆଦିଲ୍ଲୀ : ପାକିସ୍ତାନରେ ମାରୁତି ବ୍ରିଜା କାର ମୂଲ୍ୟ ରହିଛି ୬୬ ଲକ୍ଷ ଟଙ୍କା ,ଯାହାର ମୂଲ୍ୟ ଭାରତରେ ରହିଛି ମାତ୍ର ୫ ରୁ ୭ ଲକ୍ଷ ଟଙ୍କା । ହେଲେ ଏହି କାର ପାକିସ୍ତାନରେ ଖୁବ ବିକ୍ରି ହେଉଛି । ଭାରତର ମାରୁତି, ଟାଟା, ମହିନ୍ଦ୍ରା ସମେତ ବହୁ କମ୍ପାନି ଏବେ କେବଳ ଭାରତରେ ନୁହେଁ ବିଭିନ୍ନ ଦେଶରେ ନାମ ରଖିଛନ୍ତି । ଏହି ସବୁ କମ୍ପାନିର କାର ଏବେ ବେଶ ଡିମାଣ୍ଡ ରଖିଛି । ଭାରତର ସବୁଠୁ ବଡ଼ କାର ନିର୍ମାତା ମାରୁତି ଏବେ ସବୁଠୁ ଆଗରେ ରହିଛି ।

ଭାରତୀୟ କାରକୁ ପାକିସ୍ତାନରେ ନାମ ପରିବର୍ତ୍ତନ କରି ହେଉଛି ବିକ୍ରି

ଭାରତୀୟ କାରକୁ ପାକିସ୍ତାନରେ ନାମ ପରିବର୍ତ୍ତନ କରି ବିକ୍ରି ହେଉଛି । ଯେମିତି ମାରୁତି ସୁଜୁକି କାର ବିକ୍ରି କେବଳ ସୁଜୁକି ଓ ଏହାର କେବଳ ମଡେଲ ନାମରେ ବିକ୍ରି ହେଉଛି । ପାକିସ୍ତାନରେ ଏହି କାର ସବୁର ବଡ଼ ଡିମାଣ୍ଡ ରହିଛି । ଏହା ଭିତରେ Celerio, Omni, Vitara, Alto, Swift ଓ WagonR ସବୁଠୁ ଆଗରେ ରହିଛି ।

ମାରୁତି Celerio :

ମାରୁତି ସୁଜୁକିର Celerio ପାକିସ୍ତାନରେ ବହୁତ ଲୋକପ୍ରିୟ ହୋଇଛି । ପାକିସ୍ତାନରେ ଏହି କାର Suzuku Cultus ନାମରେ ବିକ୍ରି ହେଉଛି । ଭାରତରେ ଏହି କାର ୫.୨୩ ଲକ୍ଷ ଟଙ୍କାରୁ ୭ ଲକ୍ଷ ଟଙ୍କାରେ ବିକ୍ରି ହେଉଥିବା ବେଳେ ପାକିସ୍ତାନରେ ଏହାର ମୂଲ୍ୟ ୧୯,୦୪,୦୦୦ ଟଙ୍କା ରହିଥିବା ଜଣାଯାଇଛି ।

ସେହିପରି Maruti Vitara Breeza ର ଦାମ ଭାରତରେ ୭.୯୯ ଲକ୍ଷ ଟଙ୍କାରୁ ୧୩.୯୬ ଲକ୍ଷ ଟଙ୍କାରେ ବିକ୍ରି ହେଉଥିବା ବେଳେ ପାକିସ୍ତାନରେ ଏହାର ମୂଲ୍ୟ ୬୬ ଲକ୍ଷ ଟଙ୍କା ରହିଛି । Omni-Alto-WagonR ର ଦାମ ପାକିସ୍ତାନରେ ୧୪.୭୫ ଲକ୍ଷ ଟଙ୍କାରେ ଓ Mahindra Scorpio-N ୮୦ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.