ସରିଲା ସମ୍ୱଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା; ଆଜି ମନ୍ଦିର ପ୍ରବେଶ କରିବେ ଦେବ ଦମ୍ପତି

ସରିଲା ବିବାହ, ଏବେ ଘର ବାହୁଡ଼ା। ଆଜି ମନ୍ଦିର ପ୍ରବେଶ କରିବେ ଦେବ ଦମ୍ପତି। ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ ଆଜି ହେଉଛି ଶେଷ ଦିନ l ଜନସମୁଦ୍ରରେ ଚାଲିଛି ଯୁଗଳ ଦର୍ଶନ।

ସମ୍ବଲପୁର (କେନ୍ୟୁଜ): ସରିଲା ବିବାହ, ଏବେ ଘର ବାହୁଡ଼ା। ଆଜି ମନ୍ଦିର ପ୍ରବେଶ କରିବେ ଦେବ ଦମ୍ପତି। ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ ଆଜି ହେଉଛି ଶେଷ ଦିନ l ଜନସମୁଦ୍ରରେ ଚାଲିଛି ଯୁଗଳ ଦର୍ଶନ। ଗତକାଲି ରାତିରେ ମହାଦେବ ଓ ମାତା ପାର୍ବତୀ ଯୁଗଳ ବେଶରେ ନଗର ପରିକ୍ରମା କରିବା ସହ ଦର୍ଶନ କରିଥିଲେ ଶହ ଶହ ଭକ୍ତ। ରାତି ସାରା ନନ୍ଦପଡାର ବମ ବରାଡ଼ ବାଲୁଙ୍କେଶ୍ୱର, ମୋଡ଼ିପଡ଼ାର ଜାଗେଶ୍ୱର ବାବା ଓ ଝାଡୁଆପଡାର ଲୋକନାଥ ବାବାଙ୍କ ଯୁଗଳ ଦର୍ଶନ କରିଥିଲେ। ନାଚ,ଗୀତ ଓ ବାଦ୍ୟର ତାଳେ ତାଳେ କମ୍ପିଥିଲା ସମଗ୍ର ସହର। ଆଜି ପୁଣି ଯୁଗଳ ଦର୍ଶନ ଆରମ୍ଭ ହୋଇଛି, ଏହା ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ।

ପୂର୍ବରୁ ଠାଲ ଉଠା ନୀତି ଓ ପରେ ଦେବ ଦମ୍ପତିଙ୍କୁ ତାଙ୍କର ମାତା ପିତା ସାଜିଥିବା କର୍ତ୍ତାମାନେ ଆହରଣ କରିଛନ୍ତି । ଦେବାଳୟରୁ ତାଙ୍କୁ ନିଜ ଘରକୁ ଅତି ଧୁମଧାମରେ ନେଇଛନ୍ତି । ବିଭିନ୍ନ ପୂଜା କମିଟି ଦ୍ବାରା ବୈଦିକ ରୀତିନୀତିରେ ବାହାଘର ଆୟୋଜନ କରାଯାଇଥିଲା । ମାତା ପାର୍ବତୀଙ୍କୁ ଝିଅ ଭାବରେ ପାଇ ଥିବା ଦମ୍ପତି ତଥା ତାଙ୍କ ପରିବାର ଏହି ଭବ୍ୟ ବାହାଘର ପାଇଁ ସବୁ ଯୋଗାଡ଼ କରିଥିଲେ । ଯେଉଁଥିରେ ପୂଜା ସାମଗ୍ରୀ ସହ ମାତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ସୁନା ଅଳଙ୍କାର ମଧ୍ୟ ପ୍ରସ୍ତୁତ କରି ରଖିଥିଲେ । ସେହିପରି ମହାଦେବଙ୍କ ମାତା ପିତା ସାଜି ଥିବା ଦମ୍ପତି ମଧ୍ୟ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ମହାଦେବଙ୍କୁ ପୁଅ ଭାବରେ ପାଇଥିବା ବେଳେ ମାତା ପାର୍ବତୀଙ୍କ ବୋହୂ ରୂପେ ପାଇ ସେମାନେ ଉତ୍ସାହିତ ଅଛନ୍ତି ।

ଦେବ ବିବାହକୁ ବଲାଙ୍ଗୀର ସହର ଉତ୍ସବ ମୁଖର ହୋଇଛି । ସାଜସଜା ସାଙ୍ଗକୁ ଝିଲମିଲ ଆଲୋକରେ ଝଲସି ଉଠୁଛି ସାରା ସହର । ସାଂସ୍କୃତିକ କାର୍ଯ୍ୟକ୍ରମରେ ନୀତି ଦିନ ଝୁମୁଛନ୍ତି ଲୋକେ । ସହରରେ ମିନା ବଜାର ସାଙ୍ଗକୁ ସବୁଠି ବିଭନ୍ନ ସାମଗ୍ରୀର ବଜାର ମଧ୍ୟ ବେଶ ଜମିଛି । ଭିଡକୁ ଦୃଷ୍ଟିରେ ରଖି ୪୩ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.