ପୂଜକଙ୍କ ପାପକର୍ମ: ଗ୍ରହ ରିଷ୍ଟ ଖଣ୍ଡନ ନାଁରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ପୂଜକଙ୍କ ନାଁରେ ମହିଳା ଆଣିଲେ ସଙ୍ଗୀନ ଅଭିଯୋଗ । ଜଗତସିଂହପୁର ଜିଲ୍ଲାର ମା’ ସାରଳାଙ୍କ ମନ୍ଦିର ପୂଜକ ସମରେନ୍ଦ୍ର ରାଉଳଙ୍କ ନାଁରେ ଅସଦାଚରଣ ଅଭିଯୋଗ ହୋଇଛି ।

ଜଗତସିଂହପୁର (କେନ୍ୟୁଜ): ପୂଜକଙ୍କ ପାପକର୍ମ । ଗ୍ରହ ରିଷ୍ଟ ଖଣ୍ଡନ ନାଁରେ ମହିଳାଙ୍କୁ ଅସଦାଚରଣ । ପୂଜକଙ୍କ ନାଁରେ ମହିଳା ଆଣିଲେ ସଙ୍ଗୀନ ଅଭିଯୋଗ । ଜଗତସିଂହପୁର ଜିଲ୍ଲାର ମା’ ସାରଳାଙ୍କ ମନ୍ଦିର ପୂଜକ ସମରେନ୍ଦ୍ର ରାଉଳଙ୍କ ନାଁରେ ଅସଦାଚରଣ ଅଭିଯୋଗ ହୋଇଛି । ରିଷ୍ଟ ଖଣ୍ଡନ ପାଇଁ ଜଗତସିଂହପୁର ଥାନା କାଂଶ ଗାଁର ସଂପୃକ୍ତ ମହିଳାଙ୍କ ଘରକୁ ଯାଇଥିଲେ ପୂଜକ । ପୂଜାରେ ସମସ୍ତ ଘର ଲୋକଙ୍କୁ ପୂଜକ ବାହାରକୁ ବାହାର କରି କେବଳ ମହିଳାଙ୍କୁ ବସିବା ପାଇଁ କହିଥିଲେ ।

ପୂଜା କରିବା ସମୟରେ ମହିଳାଙ୍କୁ ପୂଜକ ଦୁର୍ବବ୍ୟବହାର କରିଥିଲେ । ଏନେଇ ମହିଳା ଜଣକ ପାଟି କରିବାରୁ ପରିବାର ଲୋକେ ସମ୍ପୃକ୍ତ ନନାଙ୍କୁ କାବୁ କରିଥିଲେ । ଅଭିଯୁକ୍ତ ପୂଜକଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ୍‌ ପହଞ୍ଚି ପୂଜକଙ୍କୁ ଥାନାକୁ ଆଣି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ପୂଜକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.