ଆଡଭାଇଜରୀ ଜାରି କଲେ ପୋଲିସ ଡିଜି ଆର.ପି ଶର୍ମା,ପୂଜାରେ ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ଯୁଜ୍): ପୂଜା ବେଳେ କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା । ପାର୍ବଣ ପାଇଁ ରାଜ୍ୟର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ଦୁର୍ଦ୍ଦାନ୍ତ ଅପରାଧିଙ୍କ ଉପରେ ନଜର ରଖିବା ସହ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ସବୁ ଜିଲ୍ଲାର ଏସପି ଓ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ହାର୍ଡକୋର ଅପରାଧୀ ଏବଂ ଫେରାର୍‌ ଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ଯନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। ମାଦକ ଦ୍ରବ୍ୟ କାରବାର ବନ୍ଦ ପାଇଁ ଚଢ଼ଉ ଜାରି ରଖିବା ଉପରେ ଜୋର ଦେଇଛନ୍ତି । ସେହିଭଳି ପୂଜାରେ ଶବ୍ଦ ପ୍ରଦୂଷଣ ଉପରେ ନଜର ରଖାଯିବ । ଏ ନେଇ ଆଡଭାଇଜରୀ ଜାରି କରିଛନ୍ତି ଡିଜିପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.