Below header

ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି, ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ଆସନ

ଭଦ୍ରକ(କେନ୍ୟୁଜ୍): ଉପନିର୍ବାଚନ ତାରିଖ ଘୋଷଣା ପରେ ଧାମନଗରରେ ରାଜନୀତି ସରଗରମ । ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ୧୪ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ୧୫ ତାରିଖରେ ଯାଞ୍ଚ ପରେ ୧୭ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ । ନଭେମ୍ବର ୩ରେ ମତଦାନ ରହିଛି । ନଭେମ୍ବର ୬ ତାରିଖରେ ଗଣତି ପରେ ବାହାରିବ ଫଳାଫଳ ।

ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗର ଆସନ ଖାଲି ପଡ଼ିଛି । ତାରିଖ ଘୋଷଣା ସହ ଉପନିର୍ବାଚନ ଉଷ୍ଣତା ବଢ଼ିଛି । ବିଜେପିରୁ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ପ୍ରାର୍ଥୀ ହେବାନେଇ ଚର୍ଚ୍ଚା ଜୋର ଧରିଛି । ଏପଟେ ବିଜେଡିରୁ କିଏ ହେବେ ପ୍ରାର୍ଥୀ ସେନେଇ ଅଙ୍କକଷା ଚାଲିଛି ।

ଗତଥର ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଏଥର ଆଉ କାହାକୁ ପ୍ରାର୍ଥୀ ଦେବ ଦଳ, ସେନେଇ ଚାଲିଛି ବିଚାର ବିମର୍ଷ । ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସାଂସଦ ଅନନ୍ତ ସେଠୀ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ ଓ ଗତଥରର ପ୍ରାର୍ଥୀ ବିଦ୍ୟାଧର ଜେନାଙ୍କ ନାଁ ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.