Below header

ବଜାରରେ ଖୋଲିଛି ବିଭିନ୍ନ ପ୍ରକାର ମୁଆଁର ପସରା

ବ୍ରହ୍ମପୁର : ବଜାରରେ ଖୋଲିଛି ବିଭିନ୍ନ ପ୍ରକାର ମୁଆଁର ପସରା। ମୁଆଁ କିଣିବାକୁ ଜମିଛି ଲୋକଙ୍କ ଭିଡ। ଧନୁସଂକ୍ରାନ୍ତିଠାରୁ ଆରମ୍ଭ କରି ମକରସଂକ୍ରାନ୍ତି ପର୍ଯ୍ୟନ୍ତ ବେଶ୍‌ ଚାହିଦା ରହିଥାଏ ମୁଆଁ ମିଠେଇର। ବ୍ରହ୍ମପୁର ସହରର କେତେକ ନିର୍ଦ୍ଦିଷ୍ଟ ଦୋକାନରେ ଡିସେମ୍ବର ୧ରୁ ଜାନୁୟାରୀ ଶେଷ ସପ୍ତାହ ପର୍ଯ୍ୟନ୍ତ ବଜାରରେ ଏହା ବିକ୍ରି ହୋଇଥାଏ।

ନୂଆ ଅମଳ ହୋଇଥିବା ଧାନରୁ ପ୍ରସ୍ତୁତ ଲିଆ ଓ ନୂଆ ଆଖୁରୁ ପ୍ରସ୍ତୁତ ଚିନି କିମ୍ବା ଗୁଡରେ ନାରଙ୍ଗି ରସ ପକାଇ ପ୍ରସ୍ତୁତ କରାଯାଇଥାଏ ମୁଆଁ ମିଠେଇ। ପ୍ରଥମେ ଇଷ୍ଟ ଦେବୀ , ଗ୍ରାମଦେବୀ ଓ ଗଣ ଦେବତାଙ୍କ ପାଖରେ ଭୋଗ ଲାଗି ହୋଇଥାଏ। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଡାଲ୍‌ଡା ଓ ଗୁଆ ଘିଅ ବ୍ୟବହାର କରି ନଡିଆ ପାତି ଓ କାଜୁ ଦିଆଯାଇ ମୁଆଁକୁ ସଜାଯାଇଥାଏ। ସାଧା ମୁଆଁ କିଲୋ ପ୍ରତି ୧୦୦ ଟଙ୍କା , କାଜୁ ମୁଆଁ ୨୦୦ ଓ ଘିଅ ମୁଆଁ ୪୦୦ଟଙ୍କାରେ ବିକ୍ରି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.