ବଙ୍ଗୋମୁଣ୍ଡାରେ ୩୨ ତମ ଧନୁଯାତ୍ରା ମହୋତ୍ସବ, ଚାଲିଛି ମହାରାଜ କଂସଙ୍କ ରାଜୁତି

ବଲାଙ୍ଗିର(କେନ୍ଯୁଜ୍) : ମହାରାଜ କଂସଙ୍କ ରାଜୁତିରେ ଥରହର ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା । ଚାଲିଛି ବଙ୍ଗୋମୁଣ୍ଡାର ୩୨ ତମ ଧନୁଯାତ୍ରା ମହୋତ୍ସବ । ମୁକ୍ତାକାଶ ରଙ୍ଗମଞ୍ଚରେ ମଞ୍ଚସ୍ଥ ହେଉଛି କୃଷ୍ଣଲୀଳା ।

kanshaପ୍ରଥମ ଦିନରେ ଦେବକୀ-ବସୁଦେବ ବିବାହ, ଉଗ୍ରସେନଙ୍କ ଗାଦିଚ୍ୟୁତ ଦୃଶ୍ୟ ମଞ୍ଚସ୍ଥ ହୋଇଥିଲା । କଂସ ଦରବାରରେ ପରିବେଷଣ କରାଯାଇଥିଲା ନାନା ସାଂସ୍କୃତିକ କାର‌୍ୟ୍ୟକ୍ରମ । ଏହି ଧନୁଯାତ୍ରା ଆସନ୍ତା ୨୩ ତାରିଖ ଯାଏ ଚାଲିବ । ଧନୁଯାତ୍ରା ପାଇଁ ବଙ୍ଗୋମୁଣ୍ଡାରେ ମୀନା ବଜାର, ଦୋଳି ଓ ବିଭିନ୍ନ ଦୋକାନୀ ପସରା ମେଲାଇଛନ୍ତି ।

Leave A Reply

Your email address will not be published.