Below header

ନଭେମ୍ବରରେ କିଣନ୍ତୁ ଏହି ୬ଟି କାର, ପାଇବେ ରିହାତି ସହ ଅନେକ ଅଫର

ନୂଆଦିଲ୍ଲୀ : ଯଦି ଆପଣ କାର କିଣିବା ପାଇଁ ଚିନ୍ତା କରୁଛନ୍ତି ତେବେ ନଭେମ୍ବର ମାସଟି ଏଥିପାଇଁ ରିହାତି ବେଳା। ଆଜି ଆମେ ସେହି କାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ମିଳିବ ଆପଣଙ୍କୁ ବହୁ ପରିମାଣର ରିହାତି। ଖାଲି ତାହା ନୁହଁ ଏଥିସହ ଭଲ ଫିଚର ମଧ୍ୟ ମିଳିବ। ଆସନ୍ତୁ ଜାଣିବା କେଉଁ କାରକୁ କିଣିଲେ ପାଇବେ କେତେ ରିହାତି ।

Maruti Baleno

ମାରୁତି ବାଲେନୋ

ମାରୁତି ବାଲେନୋର ଡ଼ିଜେଲ ବ୍ଯାରିଏଣ୍ଟ କାର ୨୭.୩୯ କିଲୋମିଟର ପ୍ରତି ଲିଟରର ମାଇଲେଜ୍ ମିଳିଥାଏ। ଏହାର ଆରମ୍ଭ ମୂଲ୍ଯ ୬.୪୫ ଲକ୍ଷ ରହିଥିବା ବେଳେ ଏହା ଅଫରରେ ୧୦ହଜାର ରୁ ୧୫ହଜାର ପର୍ଯ୍ଯନ୍ତ କ୍ଯାସବ୍ଯାକ ମିଳିବ।

Maruti Suzuki Alto 800(1)

ମାରୁତି ଅଲଟୋ ୮୦୦

ମାରୁତି ଅଲଟୋ ୮୦୦ର ପେଟ୍ରୋଲ ବ୍ଯାରିଏଣ୍ଟ ୨୪.୭ କିଲୋମିଟର ପ୍ରତି ଲିଟର ମାଇଲେଜରେ ମିଳିଥାଏ। ସେହିପରି ଏହାର ସିଏନଜି ବ୍ଯାରିଏଣ୍ଟରେ ୩୩.୪୪ କିଲୋମିଟର ପ୍ରତି ଲିଟର ମାଇଲେଜ ରହିଥାଏ। ଏହାର ପ୍ରାରମ୍ଭିକ ମୂଲ୍ଯ ୨.୫୪ ଲକ୍ଷ ରୁ ୩.୮୪ଲକ୍ଷ ଟଙ୍କା ପର୍ଯ୍ଯନ୍ତ ରହିଥାଏ। ଏହି କାରର କିଣାରେ ଗ୍ରାହକଙ୍କୁ ୩୦ହଜାର କ୍ଯାସବ୍ଯାକ ସହ ୩୦ ହଜାର ଏକ୍ସଚେଞ୍ଜ ମୂଲ୍ଯ ମିଳିବ।

Honda Amaze(1)

ହୋଣ୍ଡା ଆମେଜ୍

ହୋଣ୍ଡା ଆମେଜ୍ ୨୭.୪ କିଲୋମିଟର ପ୍ରତି ଲିଟର ମାଇଲେଜ ଦେଇଥାଏ। ଏହାର ଆରମ୍ଭ ମଡ଼େଲର ମୁଲ୍ଯ ୬.୩୫ ଲକ୍ଷ ରହିଛି। ଏହି କାରରେ ଚାଲୁଥିବା ଅଫରରେ ଗ୍ରାହକଙ୍କୁ ୪-୫ ବର୍ଷ ପର୍ଯ୍ଯନ୍ତ ଅତିରିକ୍ତ ୱାରେଣ୍ଟି ମିଳିବ। ଏଥି ସହ ୧୫ହଜାର ପର୍ଯ୍ଯନ୍ତ ଏକ୍ସଚେଞ୍ଜ ବୋନସ ମଧ୍ୟ ମିଳିବ।

Honda Jazz(1)

ହୋଣ୍ଡା ଜାଜ୍

୨୦୧୮ ହୋଣ୍ଡା ଜାଜ୍କୁ ନିକଟରେ ହିଁ ଅପଡ଼େଟ କରାଯାଇ ଏଥିରେ ନୂଆ ଫିଚରକୁ ଅପଡ଼େଟ କରାଯାଇଛି। ଏହି କାର କିଣିବା ଦ୍ବାରା ଗ୍ରାହକଙ୍କୁ ୪ହଜାର ଟଙ୍କାର ରିହାତି, ମାଗଣା ଇନସୁରାନ୍ସ ଏବଂ ୨୦ହଜାର ପର୍ଯ୍ଯନ୍ତ ଏକ୍ସଚେଞ୍ଜ ଅଫର ମିଳିବ।

Maruti Ciaz

ମାରୁତି ସିଆଜ୍

ମାରୁତି ସିଆଜ୍ର ଡ଼ିଜେଲ ବ୍ଯାରିଏଣ୍ଟ ୨୪.୭ କିଲୋମିଟର ପ୍ରତି ଲିଟର ମାଇଲେଜ୍ ଦେଇଥାଏ। ଏହାର ଅନରୋଡ଼ ମୂଲ୍ଯ ୯.୨ ଲକ୍ଷ ରହିଥିବା ବେଳେ ଅଫରରେ ଗ୍ରାହକଙ୍କୁ ୧୦ହଜାର ପର୍ଯ୍ଯନ୍ତ ରିହାତି ଏବଂ ୧୫ହଜାରର ଏକ୍ସଚେଞ୍ଜ ଅଫର ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.