Below header

ମାଓ ଗଡ଼ରେ ହିଂସାମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ମାଓ ବିରୋଧୀ ପୋଷ୍ଟର

ମାଲକାନଗିରି(କେନ୍ଯୁଜ୍) : ମାଓ ଗଡ଼ରେ ମାଓ ବିରୋଧୀ ପୋଷ୍ଟର । ମାଲକାନଗିରି କାଲିମେଳା ବ୍ଲକ ଟେକଗୁଡ଼ାରେ ମାଓ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି । ମାଓବାଦୀଙ୍କ ବନ୍ଦ ଡାକରାକୁ ବିରୋଧ କରି ପୋଷ୍ଟର ଲଗାଯାଇଛି । ସାଧାରଣ ଲୋକଙ୍କୁ ହଇରାଣ କରିବା ପାଇଁ ମାଓବାଦୀ ବନ୍ଦ ଡାକରା ଦେଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ମୃତ ମାଓବାଦୀଙ୍କ ପାଇଁ ଯଦି କିଛି କରିବାର ଅଛି, ତେବେ ଦେଶରୁ ଲୁଟ୍‌ କରୁଥିବା ଅର୍ଥରୁ ମୃତ ମାଓବାଦୀଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ପୋଷ୍ଟରରେ ଲେଖାଯାଇଛି । ସଂପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି ।

କୋରାପୁଟ ନନ୍ଦପୁରରେ ମାଓ ବିରୋଧୀ ପୋଷ୍ଟର

koraputକୋରାପୁଟ ନନ୍ଦପୁରରେ ମାଓ ବିରୋଧୀ ପୋଷ୍ଟର। ମାଓବାଦୀଙ୍କ ବନ୍ଦ ଡାକରାକୁ ବିରୋଧ କରି ଏହି ପୋଷ୍ଟର ଲଗାଯାଇଛି। ନନ୍ଦପୁରର ହାତୀବାରି ଅଞ୍ଚଳରେ ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ପୋଷ୍ଟର ଲଗାଯାଇଛି। ମାଓବାଦୀଙ୍କ ଗୁଣ୍ଡାରାଜକୁ ବିରୋଦ କରିବା ପାଇଁ ପୋଷ୍ଟରରେ ଉଲ୍ଲେଖ ରହିଛି। ଯେପର୍ଯ୍ଯନ୍ତ ନକ୍ସଲ ରହିବେ ସେପର୍ଯ୍ଯନ୍ତ ଜିଲ୍ଲାର ବିକାଶ ଓ ଶାନ୍ତ ଅସମ୍ଭବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.